ଶ୍ରମବାହିନୀ ପକ୍ଷରୁ ଜିଲ୍ଲା ପରିଷଦ କଳାହାଣ୍ଡି ଙ୍କୁ ଦାବିପତ୍ର ପ୍ରଦାନ,
ଶ୍ରମବାହିନୀ ପକ୍ଷରୁ ଜିଲ୍ଲା ପରିଷଦ କଳାହାଣ୍ଡି ଙ୍କୁ ଦାବିପତ୍ର ପ୍ରଦାନ
କଳାହାଣ୍ଡି.୨୩.୭(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଉଦ୍ଧାର ପ୍ରାପ୍ତ ବନ୍ଦିତ ଶ୍ରମିକ ମାନଙ୍କୁ ଥଇଥାନ ରାଶି ଦେବାପାଇଁ ଶ୍ରମବାହିନୀ ଓଡ଼ିଶା ସଭାପତି ଶ୍ରୀଯୁକ୍ତ ଝସକେତନ ବାଗ ଏବଂ ଉପ ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ବଗର୍ତ୍ତି ଥତା ଦିଆଲୁ ନିଆଲ,ଧନଞ୍ଜୟ ରଣା, ଆଜି କଳାହାଣ୍ଡି DRDA ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ଉକ୍ତ ଦାବିପତ୍ର ରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜିଲ୍ଲା ର ୯ ଟି ବ୍ଲକ ର ୧୯୬ ଜଣ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟ ମାନଙ୍କରେ ବନ୍ଧକ ଥିବା ସମୟରେ ଓଡ଼ିଶା ସରକାର ଉଦ୍ଧାର କରି ଆଣିଥିଲେ। ସେମାନଙ୍କୁ ଥଇଥାନ ରାଶି ଯୋଗାଇଦେବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ କଳାହାଣ୍ଡି DRDA ବନ୍ଧକ ଶ୍ରମିକ ମାନଙ୍କୁ ଥଇଥାନ ରାଶି ମିଲି ପାରିଲେ ଉପକୃତ ହେବେ ବୋଲି ଶ୍ରୀଯୁକ୍ତ ବାଗ ଙ୍କ ପ୍ରତିକ୍ରିୟା ରଖିଥିଲେ।
What's Your Reaction?