ବେଆଇନ ବାଲି ଚୋରା ଚାଲାଣ: ବାଲି ବୋଝେଇ ହାଇବା ଜବତ କଲା କେଗାଁ ପୋଲିସ ।

Aug 20, 2026 - 15:03
 0  9
ବେଆଇନ ବାଲି ଚୋରା ଚାଲାଣ: ବାଲି ବୋଝେଇ ହାଇବା ଜବତ କଲା କେଗାଁ ପୋଲିସ ।

ବେଆଇନ ବାଲି ଚୋରା ଚାଲାଣ: ବାଲି ବୋଝେଇ ହାଇବା ଜବତ କଲା କେଗାଁ ପୋଲିସ ।

ଗୋଲାମୁଣ୍ଡା,ତା.୧୮/୮(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି)କେଗାଁ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ବାଲି ଚୋରା ଚାଲାଣ ଉପରେ ପୋଲିସର କଡ଼ା ଚଢ଼ାଉ। ବିଶେଷ ସୂତ୍ରରୁ ଖବର ପାଇ କେଗାଁ ଥାନା ଆଇଆଇସି ସଙ୍ଗୀତା ବେଗ ବୋର୍ଡି ନିକଟରେ ଚଢ଼ାଉ କରି ଗୋଟିଏ ବାଲି ବୋଝେଇ ଓଡି୦୮ଏକ୍ସ୨୪୫୧ ନମ୍ବର ବିଶିଷ୍ଟ ହାଇବାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ସ୍ଥାନୀୟ କଣ୍ଟାମାଲ ନିକଟ ଉଦନ୍ତି ନଦୀ ପଠାରୁ ଏହି ହାଇବାରେ ବାଲି ଚାଲାଣ ହେଉଥିବା ପୋଲିସ ସୂତ୍ରରୁ ପ୍ରକାଶ l ସୂଚନା ଅନୁସାରେ, ଉଦନ୍ତି ନଦୀ ପଠାରୁ ବେଆଇନ ଭାବେ ବାଲି ଉଠାଣ କରାଯାଇ ଅନ୍ୟତ୍ର ଚୋରା ଚାଲାଣ ହେଉଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ପୋଲିସ ଟିମ୍ ଚଢ଼ାଉ କରିଥିଲେ। ବର୍ତ୍ତମାନା ଗାଇଡଲାଇନ ଅନୁସାରେ ବାଲି ଉଠାଣ ବନ୍ଦ ଥିବା ବେଳେ ରୟାଲଟି ଚାଲାଣ ନଥିବାରୁ ପୋଲିସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣିଛି। ଏହି ସମ୍ବନ୍ଧରେ କେଗାଁ ଥାନା କେସ ନମ୍ବର ୧୮୪/୨୬ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଏହିପରି ବେଆଇନ ଚୋରା ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆହୁରି କଡ଼ାକଡ଼ି କରାଯିବ ବୋଲି କେଗାଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗତ ଜୁନ ମାସ ୨୮ ତାରିଖରୁ ଆସନ୍ତା ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଦିନ ପାଇଁ କଳାହାଣ୍ଡି ଖଣି ବିଭାଗ ପକ୍ଷରୁ ବାଲି ଉଠାଣ ବନ୍ଦ ରହିବ ବୋଲି ଏକ ବିଜ୍ଞପ୍ତି ବାହାରି ଥିବା ବେଳେ ଗୋଲାମୁଣ୍ଡା ବ୍ଲକର ଅନେକ ବାଲି ଘାଟରେ ଏହାକୁ ବେଖାତିର କରି ଦିନ ରାତି ବାଲି ଉଠାଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ଶହ ଶହ ହାଇୱା ଗାଡ଼ିରେ ଚୋରା ଚଲାଣ କରୁଥିବା ଦେଖିବାକୁ ମିଳୁଛି l

What's Your Reaction?

like

dislike

love

funny

angry

sad

wow