ନୀଳମଣି ବିନାୟକ ଙ୍କୁ ଥାନା ପକ୍ଷରୁ ମାଡ଼ ମାରିବା ଘଟଣା । ନର୍ଲା ଥାନାରେ ଅଭିଯୋଗ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ !

Aug 20, 2026 - 13:49
Aug 22, 2026 - 18:18
 0  73
ନୀଳମଣି ବିନାୟକ ଙ୍କୁ ଥାନା ପକ୍ଷରୁ ମାଡ଼ ମାରିବା ଘଟଣା । ନର୍ଲା ଥାନାରେ ଅଭିଯୋଗ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ !

ନୀଳମଣି ବିନାୟକ ଙ୍କୁ ଥାନା ପକ୍ଷରୁ ମାଡ଼ ମାରିବା ଘଟଣା । ନର୍ଲା ଥାନାରେ ଅଭିଯୋଗ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ !

ଶୁଭମ ବାର୍ତ୍ତା :- ନର୍ଲା (ଅଜିତ ମାଝୀ) ନର୍ଲା ଥାନା ଅନ୍ତର୍ଗତ ମାଡେଲ ଗାଁ ର ନୀଳମଣି ବିନାୟକ ନାମକ ବ୍ୟକ୍ତି ଅନ୍ୟ ଜଣେ ଲୋକଙ୍କ ପାଖରେ ଏକ ଚାରିଚକିଆ ଯାନ ବନ୍ଧକ ରଖିଥିଲେ । ଉଭୟ ପକ୍ଷ ଙ୍କ ଚୁକ୍ତି ଅନୁଯାୟୀ ବନ୍ଧକ ଗାଡି କୁ ରାସ୍ତା ଉପରେ ନ ଚଳେଇବା ପାଇଁ ସର୍ତ୍ତ ହୋଇଥଲା କିନ୍ତୁ ଗତ ଚଳିତ ମାସ ଅଗଷ୍ଟ ୧୦ ତାରିଖ ରାତ୍ର ସମୟରେ ଉକ୍ତ ଗାଡି କୁ ଛତିକୁଡ଼ା ଠାରେ ବନ୍ଧକ ରଖିଥିବା ମାଲିକ ଚଲେଇ ଆସିଥିବା ବେଳେ ନୀଳମଣି ବିନାୟକ ଜାଣିପାରି ଗାଡିକୁ ଅଟକାଇ ଯୁକ୍ତିତର୍କ କରିଥଲେ ଓ ଉଭୟ ପକ୍ଷ ଙ୍କ ମଧ୍ୟରେ ଝଗଡ଼ା ହୋଇଥଲା ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ ପିଟ ହୋଇଥିଲେ ଘଟଣା କୁ ନେଇ ପୋଲିସ ଅଭିଯୋଗ କୁ ନେଇ ନିଳମଣି ଙ୍କୁ ଥାନା କୁ ଅଣାଯାଇଥିଲା । ସେଠାରେ ଥାନାର କାର୍ଯ୍ୟରତ ତିନି ଅଧିକାରୀ ମିଶି 

 ନୀଳମଣି ଙ୍କୁ ଜାତି କୁ ଆକ୍ଷେପ କରିବା ସହିତ ପ୍ରବଳ ମାଡ଼ ମାରିଥିବା ଘଟଣା କୁ ନେଇ ଗତ ଅଗଷ୍ଟ ୧୯ ତାରିଖ ଦିନ ରାତ୍ର ସମୟରେ ସିଦୁଲ କାଷ୍ଟ ଫେଡରେଶନ ଜିଲ୍ଲା ବ୍ଳକ୍ କର୍ମକର୍ତ୍ତା ମିଶି ତିନି କାର୍ଯ୍ୟରତ ପୋଲିସ ଅଧିକାରୀ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି !

ଅଭିଯୋଗ ପାଇଁ ନର୍ଲା ଥାନା ଅଧିକାରୀ କୈବଲ୍ୟ ସେଠ୍ ତଦନ୍ତ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏ ଘଟଣାକୁ ନେଇ ଶ୍ରୀଯୁକ୍ତ ବିଜୟ ରାଜ ମାଝୀ ଙ୍କୁ ପଚାରିବାରୁ ମୋ ଉପରେ ଭିତ୍ତିହୀନ ଆରୋପ ନିଳମଣି କରିଛନ୍ତି । ଥାନା ପକ୍ଷରୁ କୌଣସି ପ୍ରକାର ମାଡ ଦିଆଯାଇ ନାହିଁ। ଗତ ୧୦ ତାରିଖ ଦିନ ଛତିକୁଡ଼ା ଠାରେ ଉଭୟପକ୍ଷ ଙ୍କ ମଧ୍ୟରେ ମାଡ଼ ପିଟ୍ ହୋଇଛନ୍ତି ଅଯଥା ପୋଲିସ କୁ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। କୈବଲ୍ୟ ସେଠ୍ ଙ୍କ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ,

What's Your Reaction?

like

dislike

love

funny

angry

sad

wow