ଗାଡେବନ୍ଧ ଅଙ୍ଗନୱାଡି କେନ୍ଦ୍ର ରେ ଦୁଇ ବର୍ଷ ହେଵ କୋମଳମତି ଛୁଆ ଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ, ମହିଳା ପରିଦର୍ଶିକା ଚୁପକାହିଁକି?
ଗାଡେବନ୍ଧ ଅଙ୍ଗନୱାଡି କେନ୍ଦ୍ର ରେ ଦୁଇ ବର୍ଷ ହେଵ କୋମଳମତି ଛୁଆ ଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ,
ମହିଳା ପରିଦର୍ଶିକା ଚୁପକାହିଁକି?
ଶୁଭମ ବାର୍ତ୍ତା :-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଆଇ.ସି.ଡି.ଏସ୍. ଅଧିନସ୍ଥ ଗାଡେବନ୍ଦ ଗ୍ରାମପଞ୍ଚାୟତ ଗାଡେବନ୍ଦ ଗ୍ରାମ ରେ ରହିଥିବା ଅଙ୍ଗନୱାଡି କେନ୍ଦ୍ର ରେ କୋମଲ ମୋତି ଛାତ୍ର ଛତ୍ରୀ ସଂଖ୍ୟା ଯଦି କହିବା 30 ଜଣ ଛାତ୍ର ଛାତ୍ରୀ ଅଛନ୍ତି ହେଲେ ଆଜ କୁ ଦୁଇ ବର୍ଷ ହେଵ ଓଡିଶା ସରକାର ଯୋଗାଉଥିବା ସମସ୍ତ ପ୍ରକାର ପୁଷ୍ଟିକର ରନ୍ଧା ଖାଦ୍ୟ ମିଳିନଥିବା ଅଭିଯୋଗ ହୋଇଛି ଅଭିଯୋଗ ଅନୁଯାଇ ଗାଡେବନ୍ଦ ଅଙ୍ଗନୱାଡି କେନ୍ଦ୍ର କୁ ପହଞ୍ଚି ଆମ ପ୍ରତିନିଧି ପଚାରିବାରୁ ଅଙ୍ଗନୱାଡି କର୍ମୀ ଙ୍କ ସହ ସିଧା ସଳଖ ପ୍ରତିକ୍ରିୟା ନେଇଥିଲୁ ହେଲେ ଅଙ୍ଗନୱାଡି କର୍ମୀ ମଧ୍ୟ୍ୟ କହିଛନ୍ତି ଆଜକୁ ଦୁଇ ବର୍ଷ ହେଵ ମୁଁ ଛାତ୍ର ଛାତ୍ରୀ କୁ ଓଡ଼ିଶା ସରକାର ଯୋଗାଉଥିବା ପୃଷ୍ଟିକର ରନ୍ଧା ଖାଦ୍ୟ ଦେଇନାହିଁ ବୋଲି କହିଛନ୍ତି, ମୋ ଅଙ୍ଗନୱାଡି କେନ୍ଦ୍ର ରେ ହେଲ୍ପର ନ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି ତେଣୁ ଓଡ଼ିଶା ସରକାର ଙ୍କ ଯୋଉ ପୃଷ୍ଟିକର ଖାଦ୍ୟ ଆସୁଛି ତାହା ଛାତ୍ର ଛତ୍ରୀ ଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟି ଦେଉଛି ବୋଲି ଗାଡେବନ୍ଦ ଅଙ୍ଗନ ୱାଡି କର୍ମୀ ଅମ୍ବୁଦିନି ସାହୁ ଆମ ଗଣମାଧ୍ୟମ କୁ କହିଛନ୍ତି |
ତେଣୁ ସରକାରୀ ବ୍ୟବସ୍ଥା ଉପରେ ସଙ୍ଗୀନ ତ୍ରୁଟି ପରିଲକ୍ଷିତ ହେଉଛି ଏମାନ ଙ୍କ ସମସ୍ତ କାର୍ଯ୍ୟ କୁ
ତଦାରଖ କରିବା ପାଇଁ ପ୍ରତି ସେକ୍ଟରକୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଣେ ଲେଖାଏଁ ମହିଳା ସୁପର ଭାଇଜର ନିୟୋଜିତ କରିଛନ୍ତି କିନ୍ତୁ ଏହି ସେକ୍ଟର ରେ ସୁପରଭାଇଜର ମାଡମ ଯାଶୋବନ୍ତି ନାଏକ ବିଭିନ୍ନ ସେଣ୍ଟର ର ଅଙ୍ଗନ ୱାଡି କର୍ମୀ ମାନଙ୍କୁ ଧମକ ଚମକ ଦେଇ ବଟି ଅସୁଲି ରେ ଧୁରନ୍ଧର ଥିବା କୁହାଯାଉଅଛି'ଏହି ସୁନ୍ଦରି ମାଡମ ଙ୍କୁ ଭଲ ଭାବରେ ଦେଖନ୍ତୁ ଏହି ସୁନ୍ଦରି ଚ଼େହେରା କୁ ଏବଂ ଶିଶୁ ମାନଙ୍କ ପୋଷାକ ରେ ମଧ୍ୟ ବ୍ୟବସାୟୀ ମାନଙ୍କ ଠାରୁ ମୋଟା ଅଙ୍କର ବଟି ନେଇ ଅତି ନିନ୍ମମାନର ପୋଷାକ ଯୋଗାଉ ଥିବା ଅଭିଯୋଗ ହୋଇଛି ଖାଲି ସେତିକି ନୁହେଁ ଏ ଭଦ୍ର ମହିଳା ଯାଶୋବନ୍ତି ନାଏକ ସୁପରଭାଇଜର ମାସକୁ ଛ ସାତ ଦିନ ଡ଼ିଉଟି କରି ବାକି କୋଡିଏ ଦିନ ଘରେ ବସି ସରକାରୀ ରାଜକୋଷରୁ ଦରମା ନେଉଥିବା କିଛି କର୍ମୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ଏବଂ ଅଙ୍ଗନୱାଡି କର୍ମୀ ମାନନ ଙ୍କୁ ମଧ୍ୟ ଦୂର ବ୍ୟବହାର କରୁଥିବା ଅଭିଯୋଗ ଆସୁଛି
ଏଣୁ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଏକ ଉଚ ସ୍ତରୀୟ କମିଟି ଦ୍ଵାରା ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ସୁପର ଭାଇଜର ଯଶୋବନ୍ତି ନାଏକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜନ ସାଧାରଣ ରେ ଦାବି ହୋଇଛି ଏବଂ ଏହି ଭଦ୍ର ମହିଲା ସୁପରଭାଇଜର ଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଳି ନର୍ଲା ଅଞ୍ଚଳରେ ଚର୍ଚ୍ଚା ହେଉଛି ଅଛି
What's Your Reaction?