ଗୋଲାମୁଣ୍ଡା ବ୍ଲକ ସମ୍ମୁଖରେ ରାହୁଲ ଗାନ୍ଧି ଙ୍କ କୁଶ ପୁତ୍ତଳିକା ଦାହ ।

Sep 1, 2025 - 19:38
 0  32
ଗୋଲାମୁଣ୍ଡା ବ୍ଲକ ସମ୍ମୁଖରେ ରାହୁଲ ଗାନ୍ଧି ଙ୍କ କୁଶ ପୁତ୍ତଳିକା ଦାହ ।

ଗୋଲାମୁଣ୍ଡା ବ୍ଲକ ସମ୍ମୁଖରେ ରାହୁଲ ଗାନ୍ଧି ଙ୍କ କୁଶ ପୁତ୍ତଳିକା ଦାହ ।

ଗୋଲାମୁଣ୍ଡା ତା-୦୧/୦୯(ଶୁଭମ ବାର୍ତ୍ତା) ବିଗତ କିଛି ଦିନ ହେବ ବିହାର ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିବା ପାଇଁ କଂଗ୍ରେସ ନେତା ଓ କଂଗ୍ରେସ ର ସହଯୋଗୀ ଦଳ ଗୁଡିକ ନିର୍ବାଚନ କମିଶନ୍ ଦ୍ଵାରା ଲାଗୁ ହୋଇ ଥିବା ଏସ.ଆଇ.ଆର ବିରୋଧ ରେ ରାଲି ଓ ଜନସଭା ର ଆୟୋଜନ କରି ଭୋଟର ଙ୍କୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା ଚଳାଇଥିବା ବେଳେ ବିହାର ଜନତା ଙ୍କ ସମର୍ଥନ ମିଳୁ ନ ଥିବା କାରଣ ରୁ ହତାଶା ଓ ନିରାଶା ହୋଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶେଷ ରେ ନିଜ ମର୍ଯ୍ୟାଦା ର ସୀମା ଉଲଂଘନ କରି ଦେଶ ର ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଁ ଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଓ ଅସଭ୍ୟ ଭାଷା ର ପ୍ରୟୋଗ କରୁଥିବା ସମସ୍ତ ଗଣମାଧ୍ୟମ ଓ ସମ୍ବାଦ ପତ୍ର ରେ ପ୍ରକାଶିତ ହେଉଅଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ଏହି ଘୃଣ୍ୟ କାର୍ଯ୍ୟ ବିରୋଧରେ, ଗୋଲାମୁଣ୍ଡା ଠାରେ ଭାରତୀୟ ଜନତା ପାର୍ଟି ଗୋଲାମୁଣ୍ଡା ବ୍ଳକ ତରଫରୁ ତୀବ୍ର ପ୍ରତିବାଦ ସହ କଡ଼ା ନିନ୍ଦା କରାଯାଇ ଗୋଲାମୁଣ୍ଡା ବ୍ଳକ ସମ୍ମୁଖରେ ରେ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।ଏହି ପ୍ରତିବାଦ ସଭାରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ଶ୍ୟାମସୁନ୍ଦର ଅଗ୍ରୱାଲା, ଗଙ୍ଗା ବିଷ୍ଣୁ ମୁଣ୍ଡ ସହିତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow