ନର୍ଲା ଓ ଜୟପାଟଣା ଏନଏସି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ବିବେକ ସେନା,

Sep 1, 2025 - 19:27
 0  17
ନର୍ଲା ଓ ଜୟପାଟଣା ଏନଏସି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ବିବେକ ସେନା,

*ନର୍ଲା ଓ ଜୟପାଟଣା ଏନଏସି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ବିବେକ ସେନା* :

ଶୁଭମ ବାର୍ତ୍ତା :- ଭବାନୀପାଟଣା ତା : ୦୧/୦୯/୨୦୨୫ ନୂତନ ରାଜ୍ୟ ସରକାର ଗଠନ ପରେ ପ୍ରଥମ ସ୍ୱାୟତ୍ତ ଶାସନ ଦିବସ ଅବସର ରେ ରାଜ୍ୟବାସୀ ଙ୍କୁ ୧୬ଟି ଏନଏସ ଓ ୭ଟି ମୁନିସିପାଲିଟି ଘୋଷଣା କରିଛନ୍ତି ସେଥିରେ କଳାହାଣ୍ଡି ଜିଲ୍ଲା ନର୍ଲା ଓ ଜୟପାଟଣା ନୂତନ ଏନଏସ ଘୋଷଣା ପରେ ଖୁସିର ବାତାବରଣ ଦେଖାଯାଉଛି ଓ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକ ସେନା ତରଫ ରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି | ବିବେକ କନଫରାନ୍ସ ହଲ ଠାରେ ଏକ ସ୍ୱତନ୍ତ୍ର ଧନ୍ୟବାଦ ସଭା ରେ ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼ ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନର୍ଲା ଓ ଜୟପାଟଣା ଏନଏସି ଘୋଷଣା କଳାହାଣ୍ଡି ବାସୀ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି ବୋଲି ତାଙ୍କ ବକ୍ତବ୍ୟ ରେ କହିଥିବା ସହ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ | ଗତ ଅଗଷ୍ଟ ୨୦ ରେ ବିବେକ ସେନା ପକ୍ଷରୁ ନର୍ଲା, ମଦନପୁର ରାମପୁର ଓ ଜୟପାଟଣା କୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ଜରିଆ ରେ ପ୍ରଦାନ କରାଯାଇଥିଲା | ସଦସ୍ୟ ଧନମନ୍ତ ବେମାଲ, ବୃଷଭ ଦାସ, ପବିତ୍ର ମହାନନ୍ଦ, ଦୁଲେଶ୍ୱର ଶବର, ଅମର ଲାଲ ସିଂ ସହ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ଓ ଯୋଗେଶ ନାଏକ ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ |

କଳାହାଣ୍ଡି ରୁ ନରୋତ୍ତମ ପାୟାସିଂ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow