ସି ପି ଆଇ ଏମ୍ ଏଲ୍ କଳାହାଣ୍ଡି ଜାଗ୍ରତ ସମିତି ପକ୍ଷରୁ ନର୍ଲା ବିଡିଓଙ୍କୁ ଦାବିପତ୍ର ପ୍ରଦାନ,

Sep 19, 2025 - 20:58
 0  50
ସି ପି ଆଇ ଏମ୍ ଏଲ୍ କଳାହାଣ୍ଡି ଜାଗ୍ରତ ସମିତି ପକ୍ଷରୁ  ନର୍ଲା ବିଡିଓଙ୍କୁ ଦାବିପତ୍ର ପ୍ରଦାନ,

ସି ପି ଆଇ ଏମ୍ ଏଲ୍ କଳାହାଣ୍ଡି ଜାଗ୍ରତ ସମିତି ପକ୍ଷରୁ ନର୍ଲା ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଶୁଭମ ବାର୍ତ୍ତା :- ରାଜ୍ୟସରକାର ୨୦୦୬/୨୦୦୭ ମସିହାରେ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ପଟ୍ଟା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ନର୍ଲା ବ୍ଲକ ଅଞ୍ଚଳର ବିଭିନ୍ନ ପଦରରେ ବସବାସ କରୁଥିବା ଏହି ଆଦିବାସୀ ମାନଙ୍କୁ ଆଜିଯାଏଁ ସେମାନେ ରହୁଥିବା ଜଙ୍ଗଲ ଜମିର ପଟ୍ଟା ମିଳିପାରି ନାହିଁ । ଏଥିପାଇଁ ପ୍ରତିବର୍ଷ ଦୁଇଥର ଏମାନଙ୍କୁ ନେଇ ସିପିଆଇଏମଏଲ ଜାଗ୍ରତ ସମିତି ତରଫରୁ ବ୍ଲକ ଓ ତହସିଲ ଘେରାଉ କରି ଦାବୀ ପତ୍ର ପ୍ରଦାନ କରାଯାଉଥିଲେ ମଧ୍ୟ ଏହା ଅରଣ୍ୟରୋଦନ ପରି ମନେ ହେଉଛି। ସେଥିପାଇଁ ଆଜି ସି ପି ଆଇ ଏମ୍ ଏଲ୍ କଳାହାଣ୍ଡି ଜାଗ୍ରତ ସମିତି ପକ୍ଷରୁ ସମ୍ପାଦକ କେଶବ ପଧାନ୍ ଙ୍କ ନେତୃତ୍ୱ ରେ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇ ନର୍ଲା ବେହେରାପାଟି ରୁ ପାରମ୍ପରିକ ବାଦ୍ୟ ସହିତ ନର୍ଲା ବେହେରା ପାଟି ରୁ ଏକ ବିଶାଳ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ, ପରେ ବ୍ଲକ୍ ଅଫିସ୍ କୁ ଜାଇ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ୍ ଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ୍ କରିଥିଲେ।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow