ବନ୍ଧପଡା ଗ୍ରାମର ଲିଲି ମିଶ୍ର ଙ୍କୁ ତିତକେଲା ଗ୍ରାମର ସ୍ଵାମୀ ଶାଶୂ ଶ୍ୱଶୁର ମିଶି ବିଷ ଦେଇ ମାରିଦେଇଥିବା ଅଭିଯୋଗ।
ବନ୍ଧପଡା ଗ୍ରାମର ଲିଲି ମିଶ୍ର ଙ୍କୁ ତିତକେଲା ଗ୍ରାମର ସ୍ଵାମୀ ଶାଶୂ ଶ୍ୱଶୁର ମିଶି ବିଷ ଦେଇ ମାରିଦେଇଥିବା ଅଭିଯୋଗ।
କଳାହାଣ୍ଡି ଶୁଭମ ବାର୍ତ୍ତା :-- ଦେଓ ଗାଁ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନା ବାଳିକା କୁ କେସିଙ୍ଗା ଥାନା ଅନ୍ତର୍ଗତ ତିତକେଲା ଗ୍ରାମର ମାନସ ପାଢ଼ୀ ଆନନ୍ଦ ପାଢ଼ୀ ଓ ସବିତା ପାଢ଼ୀ ମିଶି ନୀରିହ ଯୁବତୀ ଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତ ଯୁବତୀ ଙ୍କ ପରିବାର ସୂଚନାଯୋଗ୍ୟ ,ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଗ୍ରାମର ସରୋଜ ମିଶ୍ର ଙ୍କ ବଡ ଝିଅ ଲିଲି ମିଶ୍ର 17 ବର୍ଷୀୟ ନା ବାଳିକା ଙ୍କୁ କେସିଙ୍ଗା ଥାନା ଅନ୍ତର୍ଗତ ତିତ୍କେଲା ଗ୍ରାମର ଆନନ୍ଦ ପାଢ଼ୀ ଙ୍କ ପୁଅ ମାନସ ପାଢୀ 32 ବର୍ଷୀୟ ଯୁବକ ଗତ 2024 ମସିହାରେ ଲିଲି ମିଶ୍ର ନାମକ ଯୁବତୀ ବଲାଙ୍ଗୀର ସହରରେ ଥିବା ରାଜେନ୍ଦ୍ର କଲେଜ ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବା ସମୟରେ ଯୁବକ ଜଣକ ନା ବାଳିକା କୁ ପ୍ରେମ ଜାଲରେ ଫାଶାଇ ବିବାହର ପ୍ରତିଶ୍ରୁତି ଦେଇ ଏକ ରୁ ଏକାଧିକ ଥର ଶାରିରୀକ ଶୋଷଣ କରିଥିଲା । ଗତ 18-08-2025 ରିଖ ଦିନ ଲିଲି ଙ୍କୁ ମାନସ ପାଢ଼ୀ ଫେରାର କରି ନିଜ ଘରକୁ ନେଇଯାଇଥିଲା । ଗତ 20-08-2025 ରିଖ ଦିନ ମାନସ ପାଢ଼ୀ ଲିଲି ମିଶ୍ର ଙ୍କୁ ଉଦ୍ଦେଶ୍ୟ ମୁଳକ ଭାବେ ଛଳନା କରି ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସଂସ୍ଥା AMOFOI No -PR - 468-255/1981182 No-11,815 ଠାରେ love marriage କରିଥିଲା । ଏ ନେଇ ମାନସର ବାପା ଆନନ୍ଦ ପାଢ଼ୀ ଓ ମାଆ ସବିତା ପାଢ଼ୀ ଭିତରେ ସନ୍ଧେହ ସୃଷ୍ଟି ହୋଇଥିଲା ଓ ଯୌତୁକ କଥା କୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ କଳହ ଲାଗିଥିଲା ମାନସ ପାଢ଼ୀ ସହିତ ଶାଶୁ ଶ୍ୱଶୁର ମିଶି ଯୁବତୀ ଲିଲି ମିଶ୍ର ଙ୍କୁ ଯୌତୁକ ଶାରିରୀକ ମାନସିକ ନିର୍ଯାତନା ଦେଇ ପ୍ରତାରଣା କରିଥିଲେ । ଏହାର ସମାଧାନ ପାଇଁ ଗତ ଜାନୁଆରୀ ନଅ ତାରିଖ 2026 ରିଖ ଦିନ ବିବାହ ପାଇଁ ଲଗ୍ନ ନିର୍ଘଣ୍ଟ ହୋଇଥିଲା । କିନ୍ତୁ ଦୁଃର୍ଭାଗ୍ୟ ବଶତଃ ଲିଲି ମିଶ୍ର ଙ୍କୁ ଗତ 17-11-2025 ରିଖ ଦିନ ମାନସ ସହିତ ତାଙ୍କ ବାପା ମା ମିଶି ବିଷ ଦେଇଥିଲେ ଗତ ତା 04-12-2025 ରିଖ ଦିନ ବରଗଡ଼ ସହର ସ୍ଥିତ ବିକାଶ ମେଡ଼ିକାଲ ଠାରେ ଚିକିତ୍ସିତ ହେବାବେଳେ ଲିଲି ମିଶ୍ର ଙ୍କ ମୃତ୍ୟୁ ହୋଇଥିଲା ଏ ଘଟଣା କୁ ନେଇ ମୃତ ଯୁବତୀ ଙ୍କ ବାପା ସରୋଜ ମିଶ୍ର ଓ ତାଙ୍କ ପତ୍ନୀ ମାନସ ପାଢ଼ୀ ଆନନ୍ଦ ପାଢ଼ୀ ସବିତା ପାଢ଼ୀ ମିଶି ଯୌତୁକ ପାଇଁ ଝିଅ କୁ ଜୋର୍ ଜବରଦସ୍ତି ଭାବେ କୀଟ ନାଶକ ଔଷଧ ବିଷ ଦେଇ ହତ୍ୟା କରିଥିବା ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ । ନ୍ୟାୟ ମିଳିବାରେ ବିଳମ୍ୱ ହେବାରୁ ମୃତ ଯୁବତୀ ଙ୍କ ବାପା ମା ମିଶି ଗତ 27-01-2026 ରିଖ ଦିନ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ଜି ଙ୍କୁ ସାକ୍ଷାତ୍ କରି ଯୁବତୀ ମୃତ୍ୟୁ ପଛର ରହସ୍ୟ ବିଷୟରେ ଅଭିଯୋଗ କରିଥିଲେ ,ଅଭିଯୋଗ ପରେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ନିର୍ଦେଶ କ୍ରମେ ଦେଓ ଗାଁ ଥାନା ଅଧିକାରୀ ପକ୍ଷରୁ ଏକ ଟିମ୍ ଗଠନ କରି ଅଭିଯୁକ୍ତ ମାନସ ପାଢ଼ୀ ଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା । ତିତ୍କେଲା ଗ୍ରାମ ଠାରୁ ମାନସ ପାଢ଼ୀ ଙ୍କୁ ଗିରଫ କରିବା ପରେ କେଶ୍ ନମ୍ବର୍ 0017 dt -27-1-26 ଅନୁଯାୟୀ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଥିଲା କିନ୍ତୁ ଯୁବତୀ ଙ୍କ ମୃତ୍ୟୁ ପଛରେ ଶାଶୂ ଓ ଶଶୁର ଙ୍କ ହାତ ରହିଥିବା ଯୋଗୁଁ ମୃତ ଯୁବତୀ ଙ୍କ ଶାଶୁ ଶ୍ୱଶୁର ଯୌତୁକ ବାବଦକୁ ନେଇ ବିଷ ଦେଇ ମାରିବାପଛରେ ହାତ ଥିବା ମୃତ ଝିଅ ଙ୍କ ମାଆ ବାପା ଗିରଫ କରିବା ପାଇଁ ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ଜି ଦ୍ଵାରା ମୋର୍ ମୃତ ଝିଅ ଲିଲି ମିଶ୍ର ଙ୍କୁ ନ୍ୟାୟ ମିଳିଛି ବୋଲି ଶ୍ରୀଯୁକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ସାଧୁବାଦ୍ ଜଣାଇଛନ୍ତି ମୃତ ଯୁବତୀ ଙ୍କ ବାପା। ଏହି ଖବର ପ୍ରସାରଣ ପରେ ନର୍ଲା ନିର୍ବାଚନ ମଣ୍ଡଳୀ ର କୃଷକ ନେତା ତଥା ସମାଜସେବୀ ଦୁର୍ଯ୍ୟୋଧନ କୁମାର ଦୋଷୀ ଙ୍କୁ ଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି ।
What's Your Reaction?