ମହିଳା ଗୋଷ୍ଠୀଙ୍କ ଜମା ଟଙ୍କା ଆତ୍ମସାତର ତଦନ୍ତ ଦାବି।୨୦ ରୁ ୨୨ ଲକ୍ଷ ହେରଫେର ମାମଲା,

Feb 25, 2026 - 10:57
Feb 26, 2026 - 09:19
 0  119
ମହିଳା ଗୋଷ୍ଠୀଙ୍କ ଜମା ଟଙ୍କା ଆତ୍ମସାତର ତଦନ୍ତ ଦାବି।୨୦ ରୁ ୨୨ ଲକ୍ଷ ହେରଫେର ମାମଲା,

ମହିଳା ଗୋଷ୍ଠୀଙ୍କ ଜମା ଟଙ୍କା ଆତ୍ମସାତର ତଦନ୍ତ ଦାବି।

୨୦ ରୁ ୨୨ ଲକ୍ଷ ହେରଫେର ମାମଲା

ନର୍ଲା (ଶୁଭମ ବାର୍ତ୍ତା:ଅଜିତ ମାଝୀ):-  ନର୍ଲା ବ୍ଳକ ଅନ୍ତର୍ଗତ କର୍ମେ ଗ୍ରାମ ପଞ୍ଚାୟତରେ ଏକ ମହିଳା ଗୋଷ୍ଠୀଙ୍କ ଜମା ଟଙ୍କା ମହିଳା ଗୋଷ୍ଠୀଙ୍କ କାର୍ଯ୍ୟରତ କର୍ମଚାରୀ ଓ ମହିଳାଙ୍କ ଦ୍ଵାରା ଆତ୍ମସାତ ଘଟଣା ଏବେ ପଦାକୁ ଆସିଛି। ଧିରେ ଧିରେ ଏହି ଘଟଣାକୁ ନେଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ତଦନ୍ତ ଦାବି ଜୋର ଧରିଛି । ଏନେଇ ସିଆରପି (ସିଏମ) ଭାବେ କାର୍ଯ୍ୟକରି ଆସୁଥିବା କର୍ମେ ପଞ୍ଚାୟତର ମହିଳା ପ୍ରଭାସିନୀ ନାଗ, ସସ୍ମିତା ସାହୁ, ଅନିତା ବାରିକ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚଳିତ ମାସ ୩ ତାରିଖରେ ସାକ୍ଷାତ କରି ତଦନ୍ତ ଦାବିପତ୍ର ଦେଇଥିବା ବେଳେ ନର୍ଲା ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ନର୍ଲା ବ୍ଳକର କାର୍ଯ୍ୟରତ ବିପିଏମ ସନତ କୁମାର ସାହୁଙ୍କ ସହିତ ଜିପିଏଲ୍ଏଫ କର୍ମୀ କର୍ମେ ପଞ୍ଚାୟତର ସମ୍ପାଦିକା କେତକୀ ମାଝୀ, ସଭାନେତ୍ରୀ ହେମ ନାଏକ ଓ ଏମବିକେ ବବି ପୁଟେଲ ମହିଳା ଗୋଷ୍ଠୀଙ୍କ ଜମା ଟଙ୍କା ଗୋଟିଏ ବ୍ୟାଙ୍କ ଏକାଉଣ୍ଟରୁ ଅନ୍ୟ ଏକ ଏକାଉଣ୍ଟକୁ ଚଞ୍ଚକତା କରି ପ୍ରାୟ ୨୦ ରୁ ୨୨ ଲକ୍ଷ ଟଙ୍କା ହେରଫେର ମାମଲାରେ ଜଡିତ ଥିବା ପ୍ରକାଶ ପାଉଛି। ଏହି ସଭାନେତ୍ରୀମାନେ ଏବେବି ଅଜ୍ଞାତବାସରେ ରହୁଥିବା ଯୋଗୁଁ ସାଧାରଣରେ ଘଟଣା ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ସନ୍ଦେହ ଘନିଭୂତ ହୋଇଛି। ଏଠାରେ ସୂଚନାଯୋଗ୍ୟ କର୍ମେ ପଞ୍ଚାୟତରେ ଥିବା ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ପରିବାର ଚଳଣିରେ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ବିକାଶ ପାଇଁ ସରକାରଙ୍କ ୠଣ ଟଙ୍କା ଅର୍ଥାତ୍ ସରକାରୀ ଅର୍ଥ ମହିଳାଙ୍କ ଋଣ ପାସ ବୁକରେ ଜମା ହୋଇଥିଲା। ମହିଳା ମାନଙ୍କ ଅଭିଯୋଗ କ୍ରମେ ଏହି ଜମା ଖାତାରେ ପ୍ରାୟ ୨୦ ରୁ ୨୫ ଲକ୍ଷ ଟଙ୍କା ଗଛିତ ଥିବା ସତ୍ବେ ନର୍ଲା ବ୍ଳକର କାର୍ଯ୍ୟରତ ବିପିଏମ ସନତ କୁମାର ସାହୁ ଓ ଉକ୍ତ ପଞ୍ଚାୟତର ସମ୍ପାଦିକା କେତକୀ ମାଝୀ,ହେମ ନାଏକ, ବବି ପୁଟେଲ ମିଶି ଏହି ଅର୍ଥ ହରିଲୁଟ କରିଥିବା ଏବଂ ଆହୁରି ଏହି ମହାଘୋଟାଲ ପଛରେ କେଉଁ କେଉଁ ଅଧିକାରୀଙ୍କ ପ୍ରଚ୍ଛନ୍ନ ଷଡଯନ୍ତ୍ର ରହିଛି ତାହାର ପର୍ଦ୍ଧାଫାଶ ପାଇଁ ମହିଳା ଗୋଷ୍ଠୀମାନେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦେବା ସହ ଜିଲ୍ଲାପାଳ , ଡେପୁଟି ସିଏମ,ଡିପିସି ପ୍ରମୁଖକୁ ଦାବିପତ୍ର ପ୍ରଦାନ କରିଥିବା ସହ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ସକାଶେ ଦାବି କରିଛନ୍ତି।

What's Your Reaction?

like

dislike

love

funny

angry

sad

wow