ପ୍ରକୃତିର ବନ୍ଧୁ ଜନେଶଙ୍କ ଦୁଃଖ ବୁଝିବ କିଏ ?
ପ୍ରକୃତିର ବନ୍ଧୁ ଜନେଶଙ୍କ ଦୁଃଖ ବୁଝିବ କିଏ ?
ନର୍ଲା ଶୁଭମ ବାର୍ତ୍ତା (ଅଜିତ ମାଝୀ):- ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେଉଥିବା ପ୍ରକୃତି ପ୍ରେମୀ ହେଉଛନ୍ତି ଜନେଶ ହରିଜନ। ଘର ତାଙ୍କର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଟାଙ୍ଗପଡା। ଏହି ପ୍ରକୃତି ପ୍ରେମୀ ନର୍ଲା ରେଞ୍ଜ ପରିସରଭୁକ୍ତ ଭଟାଙ୍ଗ ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେଉଥିବା ବେଳେ କାମରେ କେବେ ଅବହେଳା କରି ନାହାନ୍ତି। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଶହ ଶହ ସଂଖ୍ୟାରେ ଥିବା ଶାଳ, ପିଆଶାଳ ଆଦି ବୃକ୍ଷକୁ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ସୁରକ୍ଷା ଦେଉଛନ୍ତି ଜନେଶ। ବୟସ ତାଙ୍କର ୪୫ ବର୍ଷ ତେବେ ଏହି ଗରିବ ବ୍ୟକ୍ତିଙ୍କ ଘରେ ଦୁଇ ବେଳା ମୁଠାଏ ଅନ୍ନ ପାଇଁ ସଂଘର୍ଷ କରିବାକୁ ପଡେ। ଗରିବ ଖଟିଖିଆ ହୋଇଥିଲେ ମଧ୍ୟ ପରିବେଶ ପ୍ରତି ଆନ୍ତରିକତା ଥିବା ଯୋଗୁଁ ଗଛ ମାନଙ୍କୁ ନିଜର ପୁଅ ଭଳି ଯତ୍ନ କରି ଆସୁଛନ୍ତି। ଯାହା ଫଳରେ ଭଟାଙ୍ଗ ଗ୍ରାମ ନିକଟରେ ଏକ ସୁନ୍ଦର ସବୁଜିମା ଘେରା ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହୋଇଛ । ଏହି ଗରିବ ନୀରିହ ବ୍ୟକ୍ତି ପ୍ରତି ବନ ବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଜନସାଧାରଣରେ ଦାବି ହେଉଛି। ଏଥିପାଇଁ ଗ୍ରାମବାସୀମାନେ ବନାଞ୍ଚଳ ଅଧିକାରୀ ଭବାନୀପାଟଣା, ରେଞ୍ଜର, ଫରେଷ୍ଟର, ଜିଲ୍ଲାପାଳ ଓ ସ୍ଥାନୀୟ ସରପଞ୍ଚଙ୍କୁ ଲିଖିତ ଆକାରରେ ଦାବି ପତ୍ର ଦେଇଛନ୍ତି। ତାଙ୍କ ସପକ୍ଷରେ ସ୍ଥାନୀୟ ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆ,ସର୍ଗିଗୁଡା ଗ୍ରାମପଞ୍ଚାୟତର ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ ସହ ଶତାଧିକ ଜନସାଧାରଣ ଜନେଶ ହରିଜନଙ୍କୁ ବନ ବିଭାଗ ଯେ କୈାଣସି ପଦରେ ଥଇଥାନ କରିବାକୁ ଦାବି କରୁଛନ୍ତି।ଏହା ପୂର୍ବରୁ ପରିବେଶ ସୁରକ୍ଷା ପ୍ରେମୀ ଉପରେ ବିଭିନ୍ନ ଖବରକାଗଜରେ ଖବର ପ୍ରସାରଣ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ତାଙ୍କୁ ଗଜ ସାଥୀ ପୋଷାକ ବ୍ୟତିତ କୈାଣସି ଆଖିଦୃଶିଆ ସହାୟତା ରାଶି ଯୋଗାଇ ଦେଇ ନ ଥିବା ପ୍ରକାଶ ପାଉଛି।
What's Your Reaction?