ଜନ୍ମ ଦିନ ରେ ଜଣେ ନିରାଶ୍ରୟ ମହିଳାଙ୍କୁ ରକ୍ତଦାନ କରି ପୁଣିଥରେ ବଞ୍ଚିବାର ନୂଆଁ ଆଶା କିରଣ ଦେଲେ ସମାଜସେବୀ ଶ୍ରୀମତୀ ଶାନ୍ତି ମାଝୀ
ଜନ୍ମ ଦିନ ରେ ଜଣେ ନିରାଶ୍ରୟ ମହିଳାଙ୍କୁ ରକ୍ତଦାନ କରି ପୁଣିଥରେ ବଞ୍ଚିବାର ନୂଆଁ ଆଶା କିରଣ ଦେଲେ ସମାଜସେବୀ ଶ୍ରୀମତୀ ଶାନ୍ତି ମାଝୀ
ଭବାନୀପାଟଣା ଶୁଭମ ବାର୍ତ୍ତା :- ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେଉ କିମ୍ବା କୌଣସି ଘରୋଇ ଡାକ୍ତରଖାନା ରେ ରକ୍ତ ଦରକାର ହେଉଥିବା ରୋଗୀ ଯଦି ସୋସିଆଲ ୱେଲଫେୟର ଅର୍ଗାନାଇଯେସନ୍, କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ତଥା ଆଶା କର୍ମୀ ଶ୍ରୀମତୀ ଶାନ୍ତି ମାଝୀ ଙ୍କୁ ଯୋଗାଯୋଗ କରନ୍ତି ସେମାନଙ୍କୁ କେବେ ମଧ୍ୟ ନିରାଶ ହେବାକୁ ପଡ଼େ ନି। ସେହି ପରି କର୍ଲାମୁଣ୍ଡା ଅନ୍ତର୍ଗତ କସ୍ତୁରୀଗୁଡା ଗ୍ରାମର ଉର୍ମିଳା ସାହୁ ନାମକ ୪୮ ବର୍ଷର ମହିଳାଙ୍କ ଦେହରେ ୨.୭ ପ୍ରତିଶତ ରକ୍ତଥିବା ଯୋଗୁଁ ମହିଳା ଜୀବନ ମରଣ ସହିତ ସଂଘର୍ଷ କରୁଥିଲେ । ମହିଳା ଙ୍କ ଗୋଟିଏ ବୋଲି ଝିଅ ଅନେକ ଲୋକଙ୍କୁ ରକ୍ତ ନିମନ୍ତେ ଗୁହାରି କରୁଥିଲେ କିନ୍ତୁ କଳାହାଣ୍ଡି ଉତ୍ସବ ରେ ଲୋକେ ବ୍ୟସ୍ତତା ଥିବା ଯୋଗୁଁ କେହି ମଧ୍ୟ ରକ୍ତଦେବା ପାଇଁ ଆଗେଇ ଆସି ନଥିଲେ । ଏହି ପରି ଦୁଃଖଦ ସମୟରେ ଜଣେ ସହୃଦୟ ବ୍ୟକ୍ତି ସୋସିଆଲ ୱେଲଫେୟର ଅର୍ଗାନାଇଯେସନ୍ କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶାନ୍ତି ମାଝୀ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ମହିଳା ଙ୍କ ସମସ୍ୟା ଜଣାଇବାରୁ ଏହି ବିଷୟ କୁ ଗୁରୁତର ସହ ନେଇ ସୁଦୂର ନର୍ଲା ରୁ ନିଜ ସ୍କୁଟି ଗାଡ଼ି ମାଧ୍ୟମରେ ଭବାନୀପାଟଣା ରକ୍ତ ଭଣ୍ଡାର ପହଞ୍ଚି ନିଜର ବହୁମୂଲ୍ୟ ରକ୍ତଦାନ କରି ମହିଳା ଙ୍କୁ ପୁଣିଥରେ ବଞ୍ଚିବାର ନୂଆଁ ଆଶା କିରଣ ଦେଇଛନ୍ତି। ନିଜ ଶୁଭ ଜନ୍ମ ଦିନ ଅବସରରେ ୧୭ ନମ୍ବର ଥର ରକ୍ତଦେବା ସୌଭାଗ୍ୟ ପ୍ରାପ୍ତି ହେବା ସହିତ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ମହିଳା ଙ୍କୁ ପୁଣିଥରେ ବଞ୍ଚିବାର ନୂଆଁ ଆଶା କିରଣ ଦେଇ ଶ୍ରୀମତୀ ଶାନ୍ତି ମାଝୀ ଖୁସି ବ୍ୟକ୍ତି କରିଛନ୍ତି।
What's Your Reaction?