ଡୁଡୁକେଲ ଗାଁ ଠାରେ ସରସ୍ଵତୀ ପୂଜା ପାଇଁ କଳସ ଯାତ୍ରା।

Jan 22, 2026 - 20:43
 0  70
ଡୁଡୁକେଲ ଗାଁ ଠାରେ ସରସ୍ଵତୀ ପୂଜା ପାଇଁ କଳସ ଯାତ୍ରା।

ଡୁଡୁକେଲ ଗାଁ ଠାରେ ସରସ୍ଵତୀ ପୂଜା ପାଇଁ କଳସ ଯାତ୍ରା।

ଗୋଲାମୁଣ୍ଡା, ୨୨।୧(ଶୁଭମ ବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୁଡୁକେଲ ଗ୍ରାମ ର ଦଳପଡ଼ା ଓ ଗୋଇନ୍ଦିମୁଣ୍ଡା ପଡ଼ା ର ମିଳିତ ଆନୁକୁଲ୍ୟରେ ବାକଦେବୀ ମାଁ ସରସ୍ଵତୀ ଙ୍କ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଉଭୟ ପଡ଼ାର ଶତାଧିକ ମହିଳା ଏହି କଳସ ଯାତ୍ରା ରେ ଅଂଶଗ୍ରହଣ କରିଥିଲେ। ଶଙ୍ଖ ଘଣ୍ଟ ହୁଳହୁଳି, ହରିବୋଲ ସହ ସଙ୍କୀର୍ତ୍ତନ ବାଦ୍ୟ ବଜାଇ କୁହାମୁଣ୍ଡା ପୋଖରୀ ପଠାରେ ଗୋସାଇଁଙ୍କ ମନ୍ତ୍ର ପାଠ ସହ ପୂଜାର୍ଚ୍ଚନା କରାଯାଇ ଜଳ ପୂର୍ଣ୍ଣ କଳସ ଉଠା ଯାଇଥିଲା ଏବଂ ଶ୍ରଦ୍ଧା ମନରେ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ୨୩ ତାରିଖ ପ୍ରାତଃ ସମୟରେ ରୁ ବାକଦେବି ମାଁ ସରସ୍ଵତୀ ଙ୍କ ପୂଜା ଆରମ୍ଭ ହେବ ଏବଂ ତିନି ଦିନ ଧରି ଚାଲିବା ସହ ପ୍ରତ୍ୟେକ ରାତ୍ରି ରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଗୋଲାମୁଣ୍ଡା ର ଅଶୋକ ମୁଣ୍ଡ ପୂଜକ କାର୍ଯ୍ୟ ନିର୍ବାହ କରିଥିବା ବେଳେ ନୀଳକଣ୍ଠ ଭରାସଗରିଆ ଏବଂ ତାଙ୍କ ଧର୍ମପତ୍ନୀ ତୁଳା ଭରାସଗରିଆ କର୍ତ୍ତା କାର୍ଯ୍ୟ ତୁଲାଉଛନ୍ତି ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow