ମଣ୍ଡି ଅବ୍ଯବସ୍ଥା, ଯାନବାହାନ ପ୍ରଦୂଷଣ ଜୋରିମାନା ଓ ବିଦ୍ଯୁତ ଉପଭୋକ୍ତାଙ୍କୁ ଶୋଷଣକୁ ନେଇ ୨୮ରେ ନବନିର୍ମାଣ କୃଷକ ସଂଗଠନର କଳାହାଣ୍ଡି ବନ୍ଦ ଡାକରା,
ମଣ୍ଡି ଅବ୍ଯବସ୍ଥା, ଯାନବାହାନ ପ୍ରଦୂଷଣ ଜୋରିମାନା ଓ ବିଦ୍ଯୁତ ଉପଭୋକ୍ତାଙ୍କୁ ଶୋଷଣକୁ ନେଇ ୨୮ରେ ନବନିର୍ମାଣ କୃଷକ ସଂଗଠନର କଳାହାଣ୍ଡି ବନ୍ଦ ଡାକରା,
ଭବାନୀପାଟଣା, ୨୪/୦୧(ଜଗନ୍ନାଥ ନାଏକ), ଶୁଭମ ବାର୍ତ୍ତା : ରାଜ୍ଯରେ ଧାନ ମଣ୍ଡି ଓ ଧାନ ବିକ୍ରିର ଅବ୍ଯବସ୍ଥା ଯୋଗୁଁ ଚାଷୀ ହଇରାଣ, ପ୍ରଦୂଷଣ ନାମରେ ସାଧାରଣ ଜନତାଠାରୁ ହଜାର ହଜାର ଟଙ୍କାର ଜରିମାନା ଏବଂ ବକେୟା ଟଙ୍କା ଆଦାୟ ଓ ସ୍ମାର୍ଟ ମିଟର ଲଗେଇବା ନାମରେ ଟାଟା ପାୱାରର ଜୁଲୁମ ଓ ଲୁଟିବା ବିରୁଦ୍ଧରେ ପ୍ରତିବାଦ କରି ନବ ନିର୍ମାଣ କୃଷକ ସଂଗଠନର ରାଜ୍ଯ ନେତୃତ୍ବ କିଛି ଦିନ ପୁର୍ବରୁ ସାମ୍ବାଦିକ ସମ୍ମଳନୀ କରି ଆସନ୍ତା ୨୮ତାରିଖ ବୁଧବାର ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଇଛନ୍ତି। ତେଣୁ ଆଜି କଳାହାଣ୍ଡି ଜିଲ୍ଲା ସଂଗଠନର ସଂଯୋଜକ ଲିଙ୍ଗରାଜ ପ୍ରଧାନଙ୍କ ନେତୃତ୍ବରେ ଭବାନିପାଟଣା ଅନ୍ତର୍ଗତ ବିବିସିପଡା ସ୍ଥିତ ଗୋଷ୍ଠୀ କେନ୍ଦ୍ରରେ ସାମ୍ବାଦିକ ସମ୍ମିଳନୀ ହୋଇଯାଇଅଛି। ଚାଷୀ ଓ ବିଦ୍ଯୁତ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ଏହି ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାରେ ସଫଳ କରିବା ପାଇଁ ସମସ୍ତ ଚାଷୀ, ବିଦ୍ଯୁତ ଉପଭୋକ୍ତା, ବିଭିନ୍ନ ସଂଗଠନ, ରାଜନୈତିକ ଦଳର ସମର୍ଥନ ଲୋଡିବା ସହ କଳାହାଣ୍ଡିବାସୀ, ବସ୍ ସଂଘ, ଟ୍ରକ ସଂଘ, ଅଟୋ ସଂଘ, ବିଭିନ୍ନ ଯାନବାହାନ ସଂଘ, ସ୍କୁଲ କମିଟି, ବଣିକ ସଂଘ ଓ ସରକାରୀ କର୍ମଚାରୀମାନଙ୍କୁ ଲିଙ୍ଗରାଜ ପ୍ରଧାନ ସହଯୋଗର କାମନା କରିଛନ୍ତି । କମ୍ ସେ କମ୍ ଦୁଇଟି ଜାଗାରେ ରାସ୍ତାରୋକ କରାଯିବା ସହିତ କେବଳ ଜୁରିରୀକାଳିନ ପରିସ୍ଥିତିକୁ ଦେଖି ଗାଡି ଛଡାଯିବ ବୋଲି ସହସଂଯୋଜକ ହେରାମ୍ବ ସେନାପତି କହିଛନ୍ତି। ବହୁ ଚାଷୀ ଓ ଯୁବକ ରାଜରାସ୍ତାକୁ ଆସି ଏହି ବନ୍ଦକୁ ସଫଳ କରିବେ ବୋଲି ଜିଲ୍ଲା ଯୁବ ସଂଯୋଜକ ହିତେଶ ନାଏକ କହିଛନ୍ତି। ଏହି ସମ୍ମିଳନୀରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଭାପତି ସୁରେଶ ସଂଗ୍ରାମ ଓ ସଂଗଠକ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା, ଜନ ଜାଗରଣ ମଞ୍ଚର ସଭାପତି ଅଗଷ୍ଟ ନାଏକ, ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତିର ଆବାହକ ଗିରିଧାରୀ ପାତ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଶରତ ଚନ୍ଦ୍ର ନାୟକ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସମ୍ପାଦକ ସଞ୍ଜୟ ସୁନାନୀ ଉପସ୍ଥିତ ରହି ବନ୍ଦ ଡାକରାକୁ ପୁର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସଂଗଠନର ବୃନ୍ଦା ନାଏକ, ଗମୟ ରଞ୍ଜନ ନାଏକ, ମନୁ ମହାଲିକ, ଇଶ୍ୱର କଣ୍ଟା, ଶରତ ନାଏକନାଏକ, ଘନଶ୍ୟାମ ଦାସ ଓ ନିରୋଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?