ନର୍ଲା ଥାନା ପରିସରରେ କେସିଙ୍ଗା SDPO ଙ୍କ ପ୍ରେସ ମିଟ୍,
ନର୍ଲା ଥାନା ପରିସରରେ କେସିଙ୍ଗା SDPO ଙ୍କ ପ୍ରେସ ମିଟ୍,
ଶୁଭମ ବାର୍ତ୍ତା :- ନର୍ଲା ନୂତନ ଥାନା ଗୃହ ପରିସରରେ ରବିବାର ଅପରାହ୍ନ ଚାରିଟା ସମୟରେ କେସିଙ୍ଗା SDPO ଶ୍ରୀ ସନ୍ଦୀପ ମାଝୀ ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ନର୍ଲା ଅଞ୍ଚଳ ତଥା କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଚୋରି ହୋଇଥିବା 13 ଗୋଟି ସ୍ମାର୍ଟ୍ ମୋବାଇଲ ଫୋନ୍ କୁ ନର୍ଲା ପୋଲିସ ଉଦ୍ଧାର କରିବାରେ ସଫଳ ହେଉଛନ୍ତି ଏବଂ ଉଦ୍ଧାର କରାଯାଇଥିବା ସମସ୍ତ ମୋବାଇଲ ଫୋନ୍ କୁ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଆଧାର କାର୍ଡ ପରିଚୟ ରଖି ସମସ୍ତ ମୋବାଇଲ ଥାନା ପରିସରରେ ହସ୍ତାନ୍ତର କରାଯାଇଛି। ପୋଲିସର ଏଭଳି କାର୍ଯ୍ୟ ଦକ୍ଷତା କୁ ମୋବାଇଲ ପାଇଥିବା ସମସ୍ତ ବ୍ୟକ୍ତି ବିଶେଷ ସମେତ ଅଞ୍ଚଳର ବୁଦ୍ଧିଜୀବି ମାନେ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନର୍ଲା ଥାନା ଅଧିକାରୀ ବିଜୟ ରାଜ ମାଝୀ, ସଂଯୁକ୍ତା ପ୍ରଧାନ ସହ ଥାନା ଅଧିକାରୀ ପ୍ରଦୀପ କୁମାର ସେଠୀ,ପ୍ରିୟବ୍ରତ ବେହେରା, ଅବନି ଖୁରା ,ରବୀନ୍ଦ୍ର ତାଣ୍ଡି ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।
What's Your Reaction?