ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ବଡ଼ଭାଇ ଙ୍କ ମୃତ୍ୟୁ,
ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ବଡ଼ଭାଇ ଙ୍କ ମୃତ୍ୟୁ
ଗୋଲାମୁଣ୍ଡା, ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହଲିଙ୍ଗ ଗ୍ରାମ ଠାରେ ଆଜି ଏକଅଭାବନୀୟ ଅଘଟଣ ଘଟିଛି । ଜମିବାଡି ବିବାଦକୁ ନେଇ ସାନ ଭାଇ ବଡ ଭାଇ କୁ ଟାଙ୍ଗିଆ ଚୋଟ ମାରିଥିଲେ ଘଘଟଣା ସ୍ଥଳ ରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ମହାଲିଙ୍ଗ ଗ୍ରାମ ର ଗୋକୁଳ କେତକୀ, ବୟସ ୫୫ବୋଲି ଜଣା ପଡ଼ିଛି। ସୂଚନା ରୁ ପ୍ରକାଶ ଉଭୟ ଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଶତ୍ରୁତା ଲାଗି ରହୁଥିଲା । ସାନ ଭାଇ ମାୟାଧର କେତକୀ, ଓ ଚିତ୍ରସେନ୍ କେତକୀ ଉଭୟ ମିଶି ବଡ଼ ଭାଇ ଗୋକୁଳ କେତକୀ ଙ୍କୁ ମାରି ଦେଇ କେଗାଁ ଥାନା ରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି।। ଏନେଇ ମୃତକ ସ୍ତ୍ରୀ ଶ୍ରୀମତୀ କେତକୀ କେଗାଁ ଥାନରେ ଲିଖିତ ଅଭଯୋଗ କରିଥିଲେ ଅଭିଯୋଗ କୁ ଭିର୍ତି କରି କେଗାଁ ପୁଲିସ ଘଟଣା ସ୍ଥଳ ରେ ପାହଞ୍ଚି ସବ ଟି କୁ ଜବତ କରି ଶବ ବ୍ୟବଛେଦ ପାଇଁ ଧର୍ମଗଡ ଚିକିତ୍ସା ଲୟ କୁ ସ୍ଥାନନ୍ତରିତ୍ କରିଥିଲେ। ଏପଟେ ପୁଲିସ ୧୫୧/୨୫ରେ କେଶ୍ ରୁଜୁ କରି ଦୁଇ ଅଭଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ପ୍ରକ୍ରିୟା ଜରିରଖିଥିବା କେଗାଁ ପୁଲିସ ଆଇ ଆଇ ସି ମକୁନ୍ଦ ଦେବ ନାଏକ ପ୍ରକାଶ କରିଛନ୍ତି।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?