ସମାପନ ହେଲା ନର୍ଲା ରାଧାକୃଷ୍ଣ କମିଟି ଦ୍ବାରା ହେଉଥିବା ୨୪ ପ୍ରହର ନାମଯଜ୍ଞ,

May 21, 2025 - 10:40
May 21, 2025 - 10:45
 0  120
ସମାପନ ହେଲା ନର୍ଲା ରାଧାକୃଷ୍ଣ କମିଟି ଦ୍ବାରା ହେଉଥିବା ୨୪ ପ୍ରହର ନାମଯଜ୍ଞ,

ସମାପନ ହେଲା ନର୍ଲା ରାଧାକୃଷ୍ଣ କମିଟି ଦ୍ବାରା ହେଉଥିବା ୨୪ ପ୍ରହର ନମଯଜ୍ଞ,

ଶୁଭମ ବାର୍ତ୍ତା ନର୍ଲା :- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲା ଉପରପଡ଼ା ସ୍ଥିତ ରାଧାକୃଷ୍ଣ କମିଟି ପକ୍ଷରୁ ହେଉଥିବା ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ସମାପନ ହୋଇଯାଇଛି।୧୯ ତାରିଖ ସୋମବାର ରୁ ଆରମ୍ଭ ହୋଇ ଥିବା ଉକ୍ତ ନାମଯଜ୍ଞ ପାଇଁ ଶହ ଶହ ମହିଳା ନିକଟସ୍ଥ ପୋଖରୀ ରୁ କଳସ ରେ ଜଳ ଧରି ଶୋଭାଯାତ୍ରା ରେ ଯାଇ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ତିନି ଦିନ ଧରି ଚାଲିଥିବା ଉକ୍ତ ନାମ ଯଜ୍ଞ ରେ କଳାହାଣ୍ଡି ଜିଲ୍ଲା ସହିତ ବଲାଙ୍ଗୀର, ବରଗଡ ଓ ନବରଙ୍ଗପୁର ଜିଲ୍ଲାରୁ ୧୦ ଗୋଟି ସଙ୍କୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ର ଯଜ୍ଞ କର୍ତ୍ତା ଭାବରେ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାତ୍ର ଓ ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣିମା ପାତ୍ର ଥିବା ବେଳେ ପୂଜକ ପଣ୍ଡିତ ଭାବରେ ଶ୍ରୀଯୁକ୍ତ ସୁନାସିର ମିଶ୍ର ଓ ଦୟାନିଧି ବିଶି କାର୍ଯ୍ୟଭାର ତୁଲାଇ ଥିଲେ।

ଉକ୍ତ ନାମ ଯଜ୍ଞ ରେ ସାତ ଗୋଟି ପୁରୁଷ ସଙ୍କୀର୍ତ୍ତନ ଦଳ ଯୋଗ ଦେଇ ଥିବା ବେଳେ ତିନି ଗୋଟି ମହିଳା ସଙ୍କୀର୍ତ୍ତନ ଦଳ ଯୋଗ ଦେଇ ବିଭିନ୍ନ ଶୈଳୀ ରେ ନୃତ୍ୟ ସଙ୍ଗୀତ ଗାନ କରି ଦର୍ଶକ ଙ୍କ ମନ ମୋହି ଥିଲେ। ସମସ୍ତ ଙ୍କ ପାଇଁ ଆନନ୍ଦ ବଜାର ରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଏହି ନାମ ସଙ୍କୀର୍ତ୍ତନ ଦେଖିବାକୁ ଆଖ ପାଖ ଅଞ୍ଚଳ ରୁ ହଜାର ହଜାର ଲୋକଙ୍କ ସମାଗମ ହେଉ ଥିଲା।ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନ ରେ ଜଳଛତ୍ର ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । କମିଟି ସଦସ୍ୟ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନର୍ଲା ସହର ବାସୀଙ୍କ ସହଯୋଗ ରେ ନାମହାଜ୍ଞ ଟି ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଥିଲା।

       ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow