ମୋହନଗିରି କ୍ରୀୟାଯୋଗ ଏକାଡେମୀ ଠାରେ ରଜତ ଜୟନ୍ତୀ ଉତ୍ସବ ୨୦୨୫ ପାଳିତ ହୋଇଛି।
ମୋହନଗିରି କ୍ରୀୟାଯୋଗ ଏକାଡେମୀ ଠାରେ ରଜତ ଜୟନ୍ତୀ ଉତ୍ସବ ୨୦୨୫ ପାଳିତ ହୋଇଛି।
ଶୁଭମ ବାର୍ତ୍ତା (ତପନ କୁମାର ସାହୁ):- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଦେଉଲିଶୁଲିଆ ଠାରେ ଥିବା କ୍ରିୟାଯୋଗ ଏକାଡେମୀ ପକ୍ଷରୁ ରଜତ ଜୟନ୍ତୀ ୨୦୨୫ ବହୁତ୍ ଆଡ଼ମ୍ବର ସହିତ ଉତ୍ସବ ପାଳନ ହୋଇ ଯାଇଛି।ଏହି ଏକାଡେମୀ କୁ ୨୫ ବର୍ଷ ପୂର୍ତ୍ତି ଅବସର ରେ ରଜତ ଜୟନ୍ତୀ ଅନୁଷ୍ଠିତ ହୋଇଛି।ଗତ ୦୬ ଓ ୭ ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ପ୍ରଥମ ଦିନ ଚଣ୍ଡୀ ଯଜ୍ଞ,ଶିବ ପୂଜା,ଗୁରୁପୁଜା,ତ୍ରିଶୂଲ ପୂଜନ ଓ ଦୀକ୍ଷା ଦାନ କାର୍ଯ୍ୟକ୍ରମ ହୋଇଥିଲା।ଏକାଡେମୀ ର ଜଗତ ଗୁରୁ ଶ୍ରୀ ପରମହଂସ ଆତ୍ମାନନ୍ଦ ଜି ନିଜେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ,ପ୍ରଥମେ ତାଙ୍କୁ କଳାହାଣ୍ଡି ର ବୀର ବାଦ୍ୟ ଘୁମୁରା ଏବଂ ସ୍ଵାଗତ ଗୀତ ଗାୟନ କରି ସ୍ଵାଗତ କରାଯାଇଥିଲା।ଜଗତ ଗୁରୁ ନିଜେ ରହି ସମସ୍ତ କ୍ରୀୟବାନ ମାନଙ୍କୁ ଯୋଗ ଶିକ୍ଷା ଦେବା ସହିତ ନୂତନ ସଦସ୍ୟ ମାନଙ୍କୁ ସାମିଲ କରିଥିଲେ ଏବଂ ଯୋଗକ୍ରୀୟା ର ଉପକାରିତା ବିଷୟରେ କ୍ରୀୟାବନ ତଥା ଜନ ସାଧାରଣ ଙ୍କୁ ସୂଚନା ଦେଇଥିଲେ। ମୋହନଗିରି କ୍ରୀୟାଯୋଗ ଏକାଡେମୀ ର ମୁଖ୍ୟ ସମ୍ପାଦକ ସୁକଦେବ ସାହୁ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍ତମ ତତ୍ତ୍ଵାବଧାନରେ ଏହି ଉତ୍ସବ ଟି ବହୁତ୍ ଆଡ଼ମ୍ବର ସହିତ ପାଳନ ହୋଇଥିବାବେଳେ ଏହି ଉତ୍ସବ କୁ ସଭାପତିତ୍ବ କରିଛନ୍ତି ଅନୁଷ୍ଠାନ ର ସଭାପତି ବିଶ୍ଵନାଥ ହୋତା।ଚଳିତ ବର୍ଷ ଏକାଡ଼େମୀ କୁ ୨୫ ବର୍ଷ ପୂର୍ତ୍ତି ହୋଇଥିବାରୁ ଏଠାରେ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପାଇଁ ମାଗଣା ହେଲତ୍ କ୍ୟାମ୍ପ ଖୋଲା ଯାଇ ଔଷଧ ବିତରଣ କରାଯାଇଥିଲା।ଏବଂ ପରମ ପୂଜ୍ୟ ଙ୍କ କରକମଳ ରେ ରଜତ ଜୟନ୍ତୀ ସ୍ମରଣିକା ପୁସ୍ତକ ଉନ୍ମୋଚନ କରି ଲୋକଙ୍କୁ ପ୍ରଦାନ କରାଯାଇଥିଲା।ଏବଂ ପରିଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା କରି ଅତି ଆଡ଼ମ୍ବର ସହିତ ଏହି ରଜତ ଜୟନ୍ତୀ ଉତ୍ସବ ସମ୍ପନ୍ନ କରାଯାଇଛି।ଏହି କାର୍ଯ୍ୟକ୍ରମ କୁ ଆସିଥିବା ବିଭିନ୍ନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଉମେଶ ଚନ୍ଦ୍ର ପଣ୍ଡା ଭବାନୀପାଟଣା କ୍ରିୟାଯୋଗ ସଭାପତି ତଥା ମୋହନଗିରି କ୍ରିୟଯୋଗ ଏକାଡ଼େମୀ ର କାର୍ଯ୍ୟକାରୀ ଅଧ୍ୟକ୍ଷ,ପଞ୍ଚାନନ ମୁଣ୍ଡ ସମ୍ପାଦକ, ବଦ୍ରୀ ପ୍ରସାଦ ମିଶ୍ର ନର୍ଲା,ବସନ୍ତ ଯୋଶୀ ଧର୍ମଗଡ଼,ଦୀପକ ରଞ୍ଜନ ପୃଷେଟ୍ ବଲାଙ୍ଗୀର ଧ୍ୟାନ କେନ୍ଦ୍ର,ଶାନ୍ତନୁ କୁମାର ଜେନା ଯୋଗାଚାର୍ଯ୍ୟ ତଥା ଉପନିର୍ଦ୍ଦେଶକ ସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବର, ରାଉର କେଲାରୁ ଆସିଥିବା ସଭାପତି ବେଣୁଧର ପାଢ଼ୀ ଏବଂ ମୋହନଗିରି ଉପ ସଭାପତି ଦୀନବନ୍ଧୁ ବିଶ୍ଵାଳ ଓ କୋଷାଧ୍ୟକ୍ଷ ଗାନ୍ଧୀ ସାହୁ ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ଟି ମୋହନଗିରି କ୍ରିୟାଯୋଗ ଏକାଡ଼େମୀ ର ସମସ୍ତ ସଦସ୍ୟ ଙ୍କ ସହଯୋଗ ତଥା ସମ୍ପୂର୍ଣ୍ଣ ଭାବେ ରାଧାମୋହନ ବେହେରା ଙ୍କ ସହୋଯୋଗ ଦ୍ଵାରା ଆଜି ବହୁତ୍ ଧୁମ୍ ଧାମ ରେ ସମ୍ପନ୍ନ ହୋଇଛି।
What's Your Reaction?