ନର୍ଲା ବନପାଳ ଭବାନୀ ଶଙ୍କର ନାଏକ ପାଇଲେ ମୁଖ୍ୟ ମନ୍ତ୍ରୀ ପୁରସ୍କାର,

Mar 23, 2026 - 14:31
Mar 23, 2026 - 16:21
 0  98
ନର୍ଲା ବନପାଳ ଭବାନୀ ଶଙ୍କର ନାଏକ ପାଇଲେ ମୁଖ୍ୟ ମନ୍ତ୍ରୀ ପୁରସ୍କାର,

ନର୍ଲା ବନପାଳ ଭବାନୀ ଶଙ୍କର ନାଏକ ପାଇଲେ ମୁଖ୍ୟ ମନ୍ତ୍ରୀ ପୁରସ୍କାର,

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ର ବନପାଳ ଭବାନୀ ଶଙ୍କର ନାଏକ ନିଜର କର୍ମ, ନିଷ୍ଠା ଓ ଜଙ୍ଗଲ ପରିବେଶ ଜୀବଜନ୍ତୁ କୁ ନିଆଁ ଦାଉରୁ ସୁରକ୍ଷା କରିବା ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚେଇଥିବାରୁ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କାର ପାଇଛନ୍ତି, ସାରା ଓଡିଶା ରେ ଚାରି ଜଣ ରେଞ୍ଜର ଓ ବାର ଜଣ ବନପାଳ ମୁଖ୍ୟ ମନ୍ତ୍ରୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ନର୍ଲା ବନପାଳ ଭବାନୀ ଶଙ୍କର ନାଏକ ଅନ୍ୟତମ, ୨୧ମାର୍ଚ୍ଚ ବିଶ୍ୱ ବନଦୀବସ ୨୦୨୬ ଅବସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଭାଗ ଓଡିଶା ସରକାର ଙ୍କ ତରଫରୁ ଭୁବନେଶ୍ୱର ଲୋକସେବା ଭବନ କନଭେନ୍ସନ ସେଣ୍ଟର ଠାରେ ଭବ୍ୟ ପୁରସ୍କାର ବିତରଣ ଉତ୍ସହବ ଆୟୋଜିତ ହୋଇଥିଲା, ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ଲା ବନପାଳ ଭବାନୀ ଶଙ୍କର ନାଏକ ଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ମାନପତ୍ର ଓ ମେଡାଲ ପ୍ରଦାନ କରି ସଂମ୍ମାନିତ କରିଥିଲେ, ନର୍ଲା ବନପାଳ ଶ୍ରୀ ନାଏକଙ୍କୁ ତାଙ୍କର ସଫଳତା ପାଇଁ ନର୍ଲା ରେଞ୍ଜ ଅଂଚଳର କାର୍ତ୍ତିକ ମାଝୀ, ଘାସିରାମ ସାହୁ କିଶୋର ମାଝୀ, ଲକ୍ଷଣ ମାଝୀ, ପୂର୍ଣ୍ଣ ଚନ୍ଦ୍ର ପୂଝରୀ, ପ୍ରିୟବ୍ରତ ଚାନ୍ଦ ସମେତ ବିଭିନ୍ନ ମହଳରୁ ଶୁଭେଚ୍ଛା ଓ ସାଧୁବାଦ ଜଣେଇଛନ୍ତି,

What's Your Reaction?

like

dislike

love

funny

angry

sad

wow