୨୦୨୭ ଜନଗଣନା ପାଇଁ ନର୍ଲା ରେ ଆରମ୍ଭ ହେଲା ତାଲିମ ଶିବିର,
୨୦୨୭ ଜନଗଣନା ପାଇଁ ନର୍ଲା ରେ ଆରମ୍ଭ ହେଲା ତାଲିମ ଶିବିର,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ରେ ୨୦୨୭ ଜନଗଣନା ପାଇଁ ମଙ୍ଗଳ ବାର ଠାରୁ ଆରମ୍ଭ ହୋଇଛି ତାଲିମ ଶିବିର, ନର୍ଲା ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ତଥା ଜନଗଣନା ର ଇନଚାର୍ଜ ଅଫିସର ବିପିନ ବିହାରୀ ଦୀପଙ୍କ ନେତୃତ୍ୱରେ ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ଓ ନର୍ଲା ନୋଡାଲ ହାଇସ୍କୁଲ ଠାରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଉଦଘାଟନ ଉତ୍ସହ ଅନୁଷ୍ଠିତ ହୋଇଯାଇଛି,ନର୍ଲା ନୂତନ ଏନ ଏ ସି ଘୋଷିତ ଏରିଆର ୧୫ ଗୋଟି କାଉନଶିଳର ୱର୍ଡ ର ୩୪ ଜଣ ହାଇସ୍କୁଲ ଓ ୟୁପି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଂକୁ ଜନଗଣନା କାରି ଏବଂ ସୁପର ଭାଇଜର ଭାବରେ ତାଲିମ ପ୍ରଦାନ କରାଯାଇଛି, ୬ ଜଣ ଜନଗଣନା କାରୀଙ୍କ ଉପରେ ଜଣେ ଲେଖାଏଁ ସୁପର ଭାଇଜର ରହି ଜନଗଣନା ସମୀକ୍ଷା କରିଥିଲେ, ନର୍ଲା ଡିଗ୍ରୀ କଲେଜର ଅଧ୍ୟାପକ ମୃତ୍ଯୁଞ୍ଜୟ ଚାନ୍ଦ ଓ ରମେଶ ଚନ୍ଦ୍ର ଘଡେଇ,ଫିଲଡ଼ ଟ୍ରେନର ଭାବରେ ତାଲିମ ଦେଉଥିବା ବେଳେ ଅତିରିକ୍ତ ବିଡ଼ିଓ ଦେବେନ୍ଦ୍ର ସାମଲ, ନର୍ଲା ବ୍ଲକ ଜେପିଡିଓ ଯଦୁମଣି ନାଏକ, କ୍ଷୀରୋଦ ମାଝୀ, ସିପି ସୁଧାଶଂଶୁ ପାଣିଗ୍ରାହୀ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ ଗତ ୨୦୧୧ ରେ ଜନଗଣନା ଅନୁଷ୍ଠିତ ହୋଇଥିଲା, ୨୦୨୧ ରେ ପୁଣି ଥରେ ଜନଗଣନା ହେବା କଥା ହେଲେ ମହାମାରୀ କରୋନା ଯୋଗୁଁ ଏହା ସ୍ଥଗିତ ରଖା ଯାଇଥିଲା ଏବେ ପୁଣି ୨୦୨୭ ରେ ଆରମ୍ଭ ହୋଇଛି ଜନଗଣନା ପ୍ରକ୍ରିୟା, ପ୍ରଥମ ପର୍ଯ୍ୟାୟ ରେ ୧୬ ଏପ୍ରିଲ ୨୦୨୬ ରୁ ୧୫ ମଇ ୨୦୨୬ ଯାଏ ଗୃହ ଗଣନା କରାଯିବ, ୨୦୨୭ ଫେବୃଆରୀ ୯ ରୁ ୨୮ ଯାଏ ଜନଗଣନା ଚାଲିବ ବୋଲି ସରକାର ଦିନ ଧାର୍ଯ୍ୟ କରିଛନ୍ତି, ପ୍ରଥମ କରି ଏକ ନୁଆଁ ରୂପ ଯାହାକି କମ୍ପ୍ୟୁଟର କରଣ ତଥା ଡିଜିଟାଲ ମୋଡ଼ରେ କରାଯିବ, ଏଥିପାଇଁ ନର୍ଲା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଅଭିଜ୍ଞତା ଅଗ୍ରଣୀ ଶିକ୍ଷକ ଶିକ୍ଷୟତ୍ରୀ ମାନଂକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ତାଲିମ ପ୍ରଦାନ କରାଯାଇଛି,
What's Your Reaction?