ନର୍ଲା ରେ ପାଳିତ ହେଲା ୭୯ ତମ ସ୍ବାଧିନତା ଦିବସ

Aug 16, 2025 - 04:16
 0  64
ନର୍ଲା ରେ ପାଳିତ ହେଲା ୭୯ ତମ ସ୍ବାଧିନତା ଦିବସ

ନର୍ଲା ରେ ପାଳିତ ହେଲା ୭୯ ତମ ସ୍ବାଧିନତା ଦିବସ 

ଶୁଭମ ବାର୍ତ୍ତା :- ଆଜି ସାରା ଦେଶରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳ ର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଶିକ୍ଷାନୁଷ୍ଠାନ, ପୋଲିସ୍ ଷ୍ଟେସନ୍, କ୍ଲବ୍ ଗୁଡ଼ିକ ରେ ମଧ୍ୟ ମହା ସମାରୋହ ର ସହିତ ସ୍ବାଧିନତା ଦିବସ କୁ ପାଳନ କରାଯାଇଛି।

ସକାଳୁ ସକାଳୁ ଏସବୁ ସ୍ଥାନ ରେ ପତାକା ଉତୋଳନ ସହିତ ମିଠା, ଚକ୍ଲେଟ୍, ବିସ୍କୁଟ୍ ବଣ୍ଟନ କରାଯାଇ ଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନର୍ଲା ବ୍ଲକ୍ ପ୍ରଶାସନ ପକ୍ଷରୁ ହାଇସ୍କୁଲ୍ ପଡିଆ ରେ ସାମୁହିକ ଭାବରେ

ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇ ପତକା ଉତ୍ତୋଳନ କରି ଥିଲେ। ବର୍ଷା କାରଣ ରୁ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ହେବାକୁ ଥିବା ପ୍ୟାରେଡ୍ କାର୍ଯ୍ୟକ୍ରମ ରେ ବ୍ୟାଘାତ ଘଟିଥିଲା। ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ୍ ଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଙ୍କ ସହିତ ବ୍ଲକ୍ ର ସମସ୍ତ ପଦାଧିକାରୀ ବିଭିନ୍ନ ସ୍କୁଲ୍ କଲେଜ୍ ର ଛାତ୍ର ଛାତ୍ରୀ, ସାମ୍ବାଦିକ ଓ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

୭୯ ତମ ସ୍ବାଧିନତା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ବିଧାୟିକା ଙ୍କ କରକମଳ ରେ ପୁରସ୍କୃତ କରାଯାଇଥିଲା।

  ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow