ଆସ ବୁଲିଯିବା ଆମ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।

Aug 15, 2025 - 19:09
 0  53
ଆସ ବୁଲିଯିବା ଆମ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ  ।

ଆସ ବୁଲିଯିବା ଆମ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୋଲାମୁଣ୍ଡା ,୧୫/୮(ଶୁଭମ ବାର୍ତ୍ତା) କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅନୁଦାନ ରେ ଗର୍ଭବତୀ ,ପ୍ରସୂତି ମହିଳା ଏବଂ ୭ ମାସ ରୁ ୩ ବର୍ଷ ଶିଶୁ ମାନଙ୍କ,ସୂପୋଷଣ ନିମନ୍ତେ ଛତୁଆ , ଚିନାବାଦାମ ଲଡୁ,ଚିକ୍କି,ସୁଜି ହାଲୁଆ ସହ ଅଣ୍ଡା ଟିଏଚ୍ଚଆର ବଣ୍ଟନ ଏବଂ ୩ ବର୍ଷ ରୁ ୫ ବର୍ଷ ଶିଶୁ ମାନଙ୍କ ପାଇଁ କେନ୍ଦ୍ରରେ ଗରମ ରନ୍ଧନ ଖାଦ୍ୟ ତିଆରି ହେଉଛି ।ସେହିପରି କିଶୋରୀ ବାଳିକାମାନଙ୍କୁ ମଧ୍ୟ ଛତୁଆ ସହ ଅଣ୍ଡା ଦିଆ ଯାଇଥାଏ ଏହା କିପରି ଚାଲିଛି ତାହା ଲୋକ ଲୋଚନ ଆଣିବା ଏବଂ ତନଖିବା ପାଇଁ ସରକାର ପୁଣି ଆଉ ଏକ ନୂତନ ଯୋଜନା ଲଂଚ କରିଛନ୍ତି । ସେହି ଯୋଜନାଟି ର ନାମ ହେଉଛି ଆସ ବୁଲିଯିବା ଆମ ଅଙ୍ଗନୱାଡ଼ି କେନ୍ଦ୍ର । ଏହି ଯୋଜନା ରେ ଅଙ୍ଗନୱାଡ଼ି କର୍ମୀ ଗ୍ରାମର ୱାର୍ଡସଭ୍ୟ ,ଶିକ୍ଷକ,ଏସ ଏଚ ଜି ମହିଳା ,ଏବଂ ଯାଞ୍ଚ କମିଟି,ମଦର କମିଟି,ଏବଂ ଗ୍ରାମର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରିବା ସହ ସ୍ୱାର୍ଗତ କରି ନିଜ କେନ୍ଦ୍ରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସରକାର ଙ୍କ ନିର୍ଦ୍ଧେଶ ରହିଛି । ଏହି କାର୍ଯ୍ୟକ୍ରମ ସାରା ରାଜ୍ୟ ରେ ପାଳିତ ହେଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପ୍ରକଳ୍ପ ଅଧୀନ ମାନଝରି ମଣ୍ଡଳ ଅର୍ନ୍ତଗତ ଦଳପଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଆସ ବୁଲିଯିବା ଆମ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଗୋଲାପି ବାଗ ଙ୍କ ନିମନ୍ତ୍ରଣ ରେ ଗୋଇଣ୍ଡିମୁଣ୍ଡା ପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ ସହ ଶିକ୍ଷକ ଖଗେନ୍ଦ୍ର ପ୍ରଧାନ,ଆଶା ଦିଦି ବିଦୁଲତା ମାଝି,ଏସ ଏଚଜି ର ମହିଳା ବୃନ୍ଦ,ଯାଞ୍ଚ କମିଟି ସଭ୍ୟ,ସଭ୍ୟା,ମଦର କମିଟି ର ସଭ୍ୟା ମାନେ ଏବଂ ଗ୍ରାମର ଅନେକ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିବା ସହ ପାଛୋଟି ନିଆଯାଇଥିଲା । କେନ୍ଦ୍ରରେ ୧୨ ମାସରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କାନ୍ଥରେ ଟଙ୍ଗା ଯାଇଥବା ଚାଟ ପୋଷ୍ଟର ଗୁଡ଼ିକୁ ବୁଲି ବୁଲି ନିରୀକ୍ଷଣ କରିଥିଲେ । ସହାୟିକା ସେବନି ମାଝି ଉପସ୍ଥିତ ରହି ସହଯୋଗ କରିଥିଲେ । 

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow