ସାପ କାମୁଡା ରେ ସାତ ବର୍ଷ ର ନା ବାଳକ ର ମୃତ୍ୟୁ,

Aug 17, 2026 - 19:00
Aug 30, 2026 - 08:27
 0  111
ସାପ କାମୁଡା ରେ  ସାତ ବର୍ଷ ର ନା ବାଳକ ର ମୃତ୍ୟୁ,

 ସାପ କାମୁଡା ରେ ସାତ ବର୍ଷ ର ନା ବାଳକ ର ମୃତ୍ୟୁ,

ନର୍ଲା ଶୁଭମ ବାର୍ତ୍ତା :- , ଗତକାଲି ରାତିରେ ସୋଇଥିବା ସମୟରେ ବିଷାକ୍ତ ସାପ କାମୁଡା ରେ ଜଣେ ସାତ ବର୍ଷ ର ନାଁ ବାଳକ ର ମୃତ୍ୟୁ ଘଟିଛି, ମୃତ ବାଳକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁ ର ସାତ ବର୍ଷ ର ନାଁ ବାଳକ ନାଗେଶ ମାଝୀ ବୋଲି ସୂଚନା ମିଳିଛି, ରାତିରେ ସାପ କାମୁଡିବା ପରେ ତୁରନ୍ତ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଁଯାଇଥିଲା ପରେ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା

ସେଠାରେ ,ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ! ଏହି ସମ୍ବେଦନ ଶିଳ ଘଟଣା ରେ ମୃତ ପରିବାର କୁ ଜିଲ୍ଲା ଚିକିତ୍ସା ଲୟରେ ସବବ୍ୟବଚ୍ଛେଦ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ ଓ ସମବେଦନା ଜଣାଇଥିଲେ ଜିଲ୍ଲା ର ପ୍ରମୁଖ ସମାଜ ସେବୀ ଚିତ୍ତରଞ୍ଜନ ମଣ୍ଡଳ ଅବିନାଶ ଠାକୁର ଓ ଶ୍ରୀମତୀ ଶାନ୍ତି ମାଝୀ ତେଣୁ ସେମାଙ୍କୁ ଅଞ୍ଚଳ ରେ ଅନେକ ବୁଦ୍ଧିଜୀବୀ ସାଧୁବାଦ ଜଣାଇଛନ୍ତି

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅଞ୍ଚଳ ରେ ହାତୀ ଉପଦ୍ରଵ ପାଇଁ ବିଦ୍ୟୁତ ବିଭାଗ ପକ୍ଷ୍ୟରୁ ପ୍ରତିଦିନ ରାତିରେ ବିଦ୍ୟୁତ କାଟି ଦିଆଯାଉ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି

What's Your Reaction?

like

dislike

love

funny

angry

sad

wow