ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଭବାନୀପାଟଣା, ଶୁଭ ବାର୍ତ୍ତା :- ୦୫/୦୪ (ଜଗନ୍ନାଥ ନାଏକ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆ ପକ୍ଷ ପାଳନ ଉତ୍ସବ ଏପ୍ରିଲ ପହିଲା ରୁ ଆରମ୍ଭ ହୋଇ ଚଳିତ ମାସ 14 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି। ଆଜି ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଶୁଭାରମ୍ଭ କରାଯାଇ ସହର ପରିକ୍ରମା କରିଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ଜିଲ୍ଲା ଶ୍ରମ ଅଧିକାରୀ ରଶ୍ମିତା ନାୟକ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ସାଂସଦ କଳାହାଣ୍ଡି ଙ୍କ ପ୍ରତିନିଧି ଜୟଶଙ୍କର ନାୟକ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧକାନ୍ତ ଛତ୍ରୀଆ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ସହର ପରିକ୍ରମା କରିଥିଲେ। ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ ପୌରପାଳିକା ଭବାନୀପାଟଣା ସହର ରେ ଓଡ଼ିଆ ନାମ ଫଳକ ଉପରେ ନିରୀକ୍ଷଣ କରିଥିଲେ,ଉକ୍ତ ନିରୀକ୍ଷଣ ରେ ଓଡ଼ିଆରେ ଲେଖା ନ ଥିବା 14 ଜଣ ଦୋକାନୀ, ସଂସ୍ଥା ମାଲିକ ଙ୍କୁ ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ 1956 ଅନୁଯାୟୀ ,ଜିଲ୍ଲା ଶ୍ରମ ଅଧିକାରୀ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।
What's Your Reaction?