ମା ମାଉଲି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପର" B "ପ୍ରଥମ ମ୍ୟାଚ।

Nov 13, 2026 - 08:00
Nov 13, 2026 - 09:18
 0  5
ମା ମାଉଲି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପର" B "ପ୍ରଥମ ମ୍ୟାଚ।

ମା ମାଉଲି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପର" B "ପ୍ରଥମ ମ୍ୟାଚ।

ନର୍ଲା ଶୁଭମ ବାର୍ତ୍ତା (ତ୍ରିଲୋଚନ ଗୌଡ଼ ):- ନର୍ଲା ଡଙ୍ଗର ତଳପଡାରେ ମା ମାଉଲି କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପ" B " ପ୍ରଥମ ମ୍ୟାଚ ଶେଷ ହୋଇଛି। ଏଥିରେ ଟକର୍ଲା ବନାମ ବଗାଡ ମଧ୍ୟରେ ଖେଳ ହୋଇଥିଲା। ନିର୍ଦ୍ଧାରିତ ସମୟସୀମାର ପ୍ରଥମ ପର୍ଯ୍ୟାୟର ୪ ମିନିଟ ମଧ୍ୟରେ ଟକର୍ଲା ଦଳ ବଗାଡ ଦଳକୁ ୧ ଗୋଲ ଦେଇ ଖେଳ ଶେଷରେ ବିଜୟୀ ହୋଇଥିଲା। ଖ ବିଭାଗର ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ବିମଳ କେଡିଆ, ଶିକ୍ଷକ ତଥା ସଙ୍ଗୀତ କଳାକାର ସର୍ବେଶ୍ଵର ଭୋଇ, କ୍ରୀଡାବିତ ପ୍ରଭୋ କୁମାର ଚାନ୍ଦ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଖେଳ ପରିଚାଳନାରେ ଶ୍ରବଣ ବାଗ, ଲାଇନରେ ଚୈଧୁରୀ ମାଝୀ,କୁଶ ଦେବ ଆଡଜୁଆଡ ସହଯୋଗ କରିଥିଲେ। ସେହିପରି ସୁରେଶ ନାଏକ ଓ ନାରାୟଣ ପଧାନ ମ୍ୟାଚ ରେଫରୀ ଭାବରେ କାର୍ଯ୍ୟ ତୁଲାଇ ଥିଲେ। ଆଜି ଖ ବିଭାଗର ଦ୍ଵିତୀୟ ମ୍ୟାଚରେ ନର୍ଲା ବନାମ ସୁଡିଙ୍ଗପଦର ମଧ୍ୟରେ ଖେଳ ହେବାର ସୂଚନା ରହିଛି।ସମସ୍ତ ଖେଳକୁ ମା ମାଉଲି କ୍ଲବ୍ ସଦସ୍ୟ ମାନେ ଶୃଙ୍ଖଳାର ସହ ପରିଚାଳନା କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow