ସ୍ୱାଧୀନତା ଦିବସ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ନର୍ଲା ସହର ପରିକ୍ରମା ! ନର୍ଲା ଥାନା ପକ୍ଷରୁ ସ୍ଵାଗତ ସମର୍ଦ୍ଧନା ଜ୍ଞାପନ ।
ସ୍ୱାଧୀନତା ଦିବସ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ନର୍ଲା ସହର ପରିକ୍ରମା ! ନର୍ଲା ଥାନା ପକ୍ଷରୁ ସ୍ଵାଗତ ସମର୍ଦ୍ଧନା ଜ୍ଞାପନ ।
ନର୍ଲା ଶୁଭମ ବାର୍ତ୍ତା (ଅଜିତ ମାଝୀ) ଅଗଷ୍ଟ ୧୫ ତାରିଖ ଦିନ ସାରା ଭରତ ବର୍ଷରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ନର୍ଲା ସହରରେ ମଧ୍ୟ ବିଭିନ୍ନ ସରକାରୀ ବେସରକାରୀ ଓ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଆବାହକ ଶ୍ରୀମତୀ ବାସନ୍ତୀ ସାହୁ ଙ୍କ ନେତୃତ୍ୱରେ ଯୁକ୍ତ ତିନି ଯୁକ୍ତ ଦୁଇ କଲେଜ ସମସ୍ତ ଛାତ୍ର ଛାତ୍ରୀ ଏକତ୍ରିତ ହୋଇଥିଲେ । ଜାତୀୟ ପତାକା କୁ ହାତରେ ଧରି ନର୍ଲା ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ, ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ହାଇସ୍କୁଲ୍ ଖେଳ ପଡିଆ ଠାରୁ ଆରମ୍ଭ କରି ନର୍ଲା ସହର ପରିକ୍ରମା କରିଥିଲେ ଓ ନର୍ଲା ଥାନା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ । ନୂତନ ଭାବେ ଥାନାରେ ଦାୟିତ୍ଵ ଗ୍ରହଣ କରିଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ କୈବଲ୍ୟ ସେଠ୍ ଙ୍କୁ ସାକ୍ଷାତ୍ କରିଥଲେ । ସୁରକ୍ଷା ଦାୟିତ୍ଵରେ ଥିବା ଏ ଏସ ଆଇ ଅବନୀ କୁମାର ଖୁରା ବିଦ୍ୟାର୍ଥି ଙ୍କୁ ପାନୀୟ ଜଳ ବ୍ୟବସ୍ଥା କରିଥିଲେ । ଏହି ପବିତ୍ର ଶୋଭାଯାତ୍ରାରେ ଆଖିଲ ଭାରତୀ ବିଦ୍ୟାର୍ଥି ପକ୍ଷରୁ ଭାରତ ମାତା ଜୟ ଗାନ କରିଥିବା କାର୍ଯକ୍ରମ ପୋଲିସ ପ୍ରଶାସନ ପକ୍ଷରୁ ସାଧୁବାଦ୍ ଜ୍ଞାପନ କରଯାଇଥିଲା।
What's Your Reaction?