ପଞ୍ଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ ବେଲଖଣ୍ଡି ଠାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ,
ପଞ୍ଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ ବେଲଖଣ୍ଡି ଠାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ,
ଶୁଭମ ବାର୍ତ୍ତା :- ତା ୧୫/୧୦/୨୦୨୫ କେସିଙ୍ଗା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ ବେଲଖଣ୍ଡି ଠାରେ ଅଧକ୍ଷ ଶ୍ରୀ ଦୁର୍ଯ୍ୟୋଧନ ଦାଶ ଙ୍କ ସଭାପତିତ୍ବରେ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି । ବେଲଖଣ୍ଡି ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସି. ଏଚ. ଓ. ସୁମତି ସେଲମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ କିପରି ଏକ ସୁସ୍ଥ ଜୀବନ ଓ ସୁଖୀ ଜୀବନ ବଞ୍ଚିବା ପାଇଁ ଅନେକ ଗୁଡିଏ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ l ପରିଶେଷରେ କାର୍ଯ୍ୟକ୍ରମ ସଂଯୋଜକ ମୁଖ୍ୟ ଅତିଥି ଏବଂ ସମସ୍ତ ଉପସ୍ଥିତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
କରଲାମୁଣ୍ଡା ରୁ ତପୀନ୍ଦ୍ର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?