ଜଙ୍ଗଲି ବାରା ଉପଦ୍ରବରେ ଧାନ ଚାଷ ନଷ୍ଟ । ଚିନ୍ତାରେ ଚାଷୀ ସରକାରୀ ସହାୟତା ପାଇଁ ଦାବୀ ।

Oct 15, 2025 - 08:21
 0  52
ଜଙ୍ଗଲି ବାରା ଉପଦ୍ରବରେ ଧାନ ଚାଷ ନଷ୍ଟ । ଚିନ୍ତାରେ ଚାଷୀ  ସରକାରୀ ସହାୟତା ପାଇଁ ଦାବୀ ।

ଜଙ୍ଗଲି ବାରା ଉପଦ୍ରବରେ ଧାନ ଚାଷ ନଷ୍ଟ । ଚିନ୍ତାରେ ଚାଷୀ 

ସରକାରୀ ସହାୟତା ପାଇଁ ଦାବୀ ।

ଗୋଲାମୁଣ୍ଡା ତା ୧୪/୧୦(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ରେ ଜଙ୍ଗଲି ବାରା ଉପଦ୍ରବରେ ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।ଚଲିତ ବର୍ଷ ଧାର କରଜ କରି ବିହନ ଓ ସାର ଯୋଗାଡ଼ କରି କରିଥିଲେ ଚାଷୀ । ଏପଟେ ଅଦିନିଆ ବର୍ଷାରେ ଧାନ ଅମଳ କରି ପାରୁ ନ ଥିବା ବେଳେ ଜଙ୍ଗଲି ବାରାର ଉପଦ୍ରବରେ ଚାଷୀଙ୍କ ପାଇଁ ବୋଝ ଉପରେ ନଲିତା ବିଡା ସାଜିଛି । ମାନଝରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗ୍ରୀଣ୍ଡୋଲ ଗ୍ରାମର ନରସିଂହ ମୁଣ୍ଡ,ଲାବାନ୍ୟ ମାଝୀ, ପରିକ୍ଷିତ ମହାନନ୍ଦ,ପାରେଶ୍ଵର ତେଜି, ହରେରାମ ତେଜି,ଡିଲେଶ୍ଵର ତେଜି,ଜୟରାମ ମାଝୀ,ବଡ ମାଝୀ, ଅଦିତ୍ୟ ମାଝୀ,ସେଣୋ ମାଝୀ,ଟିକେ ଚନ୍ଦ୍ର ମାଝୀ,ଗୁନଶୁରିଆ ଛତ୍ରିଆ,ଦିବାକର କେତକୀ,ଭାଷ୍କର କେତକୀ, ରାଜନା ମାଝୀ,ପୁସ୍ତମ ବରେଟ, ତ୍ରିନାଥ କାଣ୍ଡ, ଅଭିରାମ ମାଝୀ ,ଶଶିଧର କେତକୀ ସମସ୍ତଙ୍କ ବାରା ଯୋଗୁଁ ଧାନ ଫସଲ ନଷ୍ଟ ନେଇ ଗଣମାଧ୍ୟମ ସମ୍ମୁଖ ରେ ଅଭିଯୋଗ କରିଛନ୍ତି । ବର୍ତମାନ ୧୨୦ ରୁ ୧୩୦ ଦିନିଆ ଧାନ ଅମଳ ସମୟ ହୋଇଥିବା ବେଳେ ବାରା ଧାନ ଫସଲ ନଷ୍ଟ କରୁଥିବା ନେଇ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଏନେଇ କେଗାଁ ବନାଞ୍ଚଲ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରି ସରାକାରୀ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବୀ ହେଉଛି । 

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow