ନର୍ଲା ରେ ବକ୍ସାଇଟ୍ ଖଣି କୁ ନେଇ ପଥପ୍ରାନ୍ତ ନାଟକ,
ନର୍ଲା ରେ ବକ୍ସାଇଟ୍ ଖଣି କୁ ନେଇ ପଥପ୍ରାନ୍ତ ନାଟକ,
ନର୍ଲା ଶୁଭମ ବାର୍ତ୍ତା :- କିଛି ଦିନ ହେଲା କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ରତ୍ନଗିରୀ ନାଟ୍ୟ ସଂଘ ପକ୍ଷରୁ ବିଭିନ୍ନ ଗାଁ କୁ ଯାଇ ଜିଲ୍ଲାର ବକ୍ସାଇଟ୍ ଖଣି କୁ ନେଇ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଲୋକଙ୍କୁ ସଚତେନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ପୂର୍ବରୁ ଏହି ନାଟ୍ୟ ସଂଘ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ଉଳିଶିର୍କା ଓ ସମର୍କଟା ଗାଁ ରେ ଏଭଳି କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରିଥିବା ବେଳେ ଆଜି ରବିବାର ଦିନ ୧୨ ଟା ସମୟରେ ନର୍ଲା ପଞ୍ଚାୟତ ର ମାର୍କେଟ୍ କମ୍ପ୍ଲେକ୍ସ ସମ୍ମୁଖରେ ପଥ ପ୍ରାନ୍ତ ନାଟକ କରି ଲୋକଙ୍କୁ ସଚେତନ କରିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଜିଲ୍ଲା ରେ ପ୍ରଚୁର ପରିମାଣର ମୂଲ୍ୟବାନ ବକ୍ସାଇଟ୍ ମହଜୁଦ୍ ଥିଲେ ମଧ୍ୟ ଖଣି ଖନନ ହେଉ ନ ଥିବାରୁ ବାହାର ଦେଶରୁ ବକ୍ସାଇଟ୍ ଆମଦାନୀ ହେଉଛି ଫଳରେ ଜିଲ୍ଲାର ବିକାଶ ଉପରେ କିଛି ଗୁରୁତ୍ଵ ଦିଆଯାଉ ନାହିଁ। ଲୋକେ ଏବେ ବି ଉତ୍ତମ ସ୍ବାସ୍ଥ୍ୟ ସେବା, ଭଲ ରାସ୍ତା ଓ ଉଚ୍ଚଶିକ୍ଷା ପାଇଁ ଭଲ ଶିକ୍ଷାନୁଷ୍ଠାନ ରୁ ବଞ୍ଚିତ ଅଛନ୍ତି, ସେଥିପାଇଁ ଗ୍ରାମସଭା ମାଧ୍ୟମରେ ସମସ୍ତ ଙ୍କ ସହମତି ରେ ଖଣି ଖନନ କରିବା ପାଇଁ ନିଷ୍ପତ୍ତି ନେଇ ଖଣି ଖନନ କଲେ ଅଞ୍ଚଳ ର ବିକାଶ ହୋଇ ପାରିବ ବୋଲି ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?