ଦୁର୍ନୀତି ର ଗନ୍ତା ଘର ପାଲଟିଛି ପଲମ୍ ଗ୍ରାମ ପଞ୍ଚାୟତ , ସରକାରୀ ଅର୍ଥ କୁ ଆତ୍ମସାତ କରୁଥିବା ଅଭିଯୋଗ୍
ଦୁର୍ନୀତି ର ଗନ୍ତା ଘର ପାଲଟିଛି ପଲମ୍ ଗ୍ରାମ ପଞ୍ଚାୟତ , ସରକାରୀ ଅର୍ଥ କୁ ଆତ୍ମସାତ କରୁଥିବା ଅଭିଯୋଗ୍
ନର୍ଲା ଶୁଭମ ବାର୍ତ୍ତା :- କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ବିକାଶ୍ ପାଇଁ ମ ନରେଗା ଯୋଜନା ପ୍ରଣୟନ କରି ଅର୍ଥ ମଞ୍ଜୁର କରୁଥିଲେ ମଧ୍ୟ ସେହି ଯୋଜନା ର ଅର୍ଥ କୁ ବିଭିନ୍ନ ଉପାୟ ରେ ଆତ୍ମସାତ୍ କରୁଥିବା ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି, ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ପଲମ ପଞ୍ଚାୟତ ର କେନ୍ଦୁବାହାଲି ଗାଁ ରୁ ।ଗାଁ ରେ ମାଟିକାମ ରେ ମହା ଦୁର୍ନୀତି ର ଅଭିଯୋଗ ହେଉଛି, ମନରେଗା ଯୋଜନା ର ମାଟି କାମରେ କାମ କରି ନ ଥିବା ଶ୍ରମିକ ମାନଙ୍କ ନାମରେ ଟଙ୍କା ଉଠାଉ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ସରକାର ଙ୍କ ନିୟମ ଆନୁଯାୟୀ ପ୍ରତେକ ଗାଁ ରେ ଦୁଇ ଜଣ ମେଟ୍ ଚୟନ ନିୟମ କୁ ଅଣଦେଖା କରି ଗ୍ରାମପଞ୍ଚାୟତର ସମସ୍ତ କାମ ଜଣେ ମେଟ୍ ହିମାଂଶୁ ସାହୁ ଦ୍ଵାରା କରାଯାଉଛି l ପଲମ ଗ୍ରାମ ପଞ୍ଚାୟତ ର ପଲମ, ମହଗାଁ, ସାଲେଭଟା, ଥାପେନ୍, କେନ୍ଦୁବାହାଲି, ଖଇରମାଲ୍ ଠାରେ କରାଯାଉଥିବା ମନରେଗା ଅନୁଦାନ କାମ ର ଲକ୍ଷ ଲକ୍ଷ ଟଙ୍କା କେବଳ ଜଣେ ହିମାଂଶୁ ସାହୁ ଦ୍ଵାରା କରାଯାଇଛି ବୋଲି ଅଭିଯୋଗ ହେଉଛି। ପଞ୍ଚାୟତ ବାସୀ, ୱାର୍ଡ଼ମେମ୍ବର, ସମିତି ସଭ୍ୟ ଙ୍କ ମତାମତ ନେଇ ପ୍ରତି ଗାଁ ରେ ମେଟ୍ ଚୟନ କରି ମନରେଗା କାର୍ଯ୍ୟକରିବା ନିୟମ ଥିବା ବେଳେ ଏହି ସମସ୍ତ ସରକାରୀ ନିର୍ଦେଶ କୁ ଅଣଦେଖା କରି ମନମୁଖୀ କାମ କରୁଥିବା ଅଭିଯୋଗ କରି ନର୍ଲା ବିଡିଓ ଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ ହେଲେ ଏହାର କିଛି ସୁଫଳ ମିଳି ନଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?