ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ ସଂକ୍ରିପାଳି–ଲତାବାଞ୍ଜି ଜଙ୍ଗଲ ରାସ୍ତାରେ ଯାତାୟତ ବିଚ୍ଛିନ୍ନ, ତୁରନ୍ତ ମରାମତି ପାଇଁ ଦାବି

Sep 12, 2026 - 20:22
Sep 12, 2026 - 20:23
 0  3
ଲଗାଣ ବର୍ଷାରେ ଭାଙ୍ଗିଗଲା  ପୋଲ ସଂକ୍ରିପାଳି–ଲତାବାଞ୍ଜି ଜଙ୍ଗଲ ରାସ୍ତାରେ ଯାତାୟତ ବିଚ୍ଛିନ୍ନ, ତୁରନ୍ତ ମରାମତି ପାଇଁ ଦାବି

ଲଗାଣ ବର୍ଷାରେ ଭାଙ୍ଗିଗଲା  ପୋଲ ସଂକ୍ରିପାଳି–ଲତାବାଞ୍ଜି ଜଙ୍ଗଲ ରାସ୍ତାରେ ଯାତାୟତ ବିଚ୍ଛିନ୍ନ, ତୁରନ୍ତ ମରାମତି ପାଇଁ ଦାବି,

ଗୋଲାମୁଣ୍ଡା, ୧୨/୦୯(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ରେଙ୍ଗସାପାଲି ଗ୍ରାମ ପଞ୍ଚାୟତର ସଂକ୍ରିପାଳି ଠାରୁ ବଡଚେରଗାଁ ଗ୍ରାମ ପଞ୍ଚାୟତର ଲତାବାଞ୍ଜିକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ଲଗାଣ ବର୍ଷା ଯୋଗୁଁ ଜୋର ଉପରେ ଥିବା ପୋଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଫଳରେ ଏହି ରାସ୍ତାରେ ଯାତାୟତ ପ୍ରାୟ ବନ୍ଦ ହୋଇଯାଇଥିବାରୁ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାଟି ଦୁଇଟି ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ସଂଯୋଗ କରୁଥିବାରୁ ଦୈନନ୍ଦିନ ଯାତାୟତ ସହ ଲୋକଙ୍କ ବିଭିନ୍ନ ଆବଶ୍ୟକତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। କିନ୍ତୁ ପୋଲ ଭାଙ୍ଗିଯିବା ପରେ ରାସ୍ତାରେ ଯାନବାହନ ଚଳାଚଳ ସମ୍ଭବ ହେଉନାହିଁ। ଏଥିଯୋଗୁଁ ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା, ଚାଷୀଙ୍କ ଯାତାୟତ ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ଷା ଜାରି ରହିଲେ ପୋଲ ଭାଙ୍ଗିଥିବା ସ୍ଥାନରେ ଜଳସ୍ରୋତ ଅଧିକ ବଢ଼ିପାରେ। ଏହାଦ୍ୱାରା ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି। ତେଣୁ ଜନସାଧାରଣଙ୍କ ସୁରକ୍ଷା ଓ ଯାତାୟତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭାଙ୍ଗିଯାଇଥିବା ପୋଲ ଓ ରାସ୍ତାର ଶୀଘ୍ର ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବାରୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ଅସ୍ଥାୟୀ ଯାତାୟତ ବ୍ୟବସ୍ଥା କରିବା ଏବଂ ପରେ ସ୍ଥାୟୀ ଭାବେ ପୋଲ ନିର୍ମାଣ କରିବାକୁ ଦାବି ହୋଇଛି। ବର୍ଷା ପୂର୍ବରୁ ପଦକ୍ଷେପ ନିଆଯାଇନଥିଲେ ଆଗାମୀ ଦିନରେ ଯାତାୟତ ସମସ୍ୟା ଆହୁରି ଗୁରୁତର ହେବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

What's Your Reaction?

like

dislike

love

funny

angry

sad

wow