ଗରିବ ଲୋକ ମାନଙ୍କୁ କାଳ ସାଜିଛି ପନିପରିବା ଦର।

Aug 4, 2026 - 20:40
Aug 4, 2026 - 20:41
 0  16
ଗରିବ ଲୋକ ମାନଙ୍କୁ କାଳ ସାଜିଛି ପନିପରିବା ଦର।

ଗରିବ ଲୋକ ମାନଙ୍କୁ କାଳ ସାଜିଛି ପନିପରିବା ଦର।

 ଶୁଭମ ବାର୍ତ୍ତା :- ନର୍ଲା: ପାର୍ବଣ ଋତୁ ଆସିଲେ ପନିପରିବା ଦର ଆକାଶଛୁଆଁ ହୋଇଥାଏ। ବିଶେଷ କରି ଶ୍ରାବଣ ଓ କାର୍ତ୍ତିକ ମାସରେ ପରିବା ଦର ଶୁଣିଲେ ଘର ଚଳାଇବା ଚିନ୍ତା ଲାଗେ ବୋଲି ଖାଉଟିମାନେ ପ୍ରକାଶ କରିଛନ୍ତି। ଏହି ଦୁଇ ମାସରେ ଅଧିକାଂଶ ଲୋକ ନିରାମିଷ ଭୋଜନ କରିଥାନ୍ତି। ଯାହା ଫଳରେ ପନିପରିବା ଉପରେ ଲୋକଙ୍କ ନଜର ଥାଏ। ଚଳିତ ବର୍ଷର ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଧିକାଂଶ ଜିଲ୍ଲାର ଚାଷୀଙ୍କ ପନିପରିବା ଉତ୍ପାଦନ କ୍ଷମତା କମି ଥିବା ବେଳେ ଅନ୍ୟ ରାଜ୍ୟରୁ ଆମଦାନୀ କରିବା ହେଉଛି। ଏଥିଯୋଗୁଁ ଅହେତୁକ ଦର ବୃଦ୍ଧି ହେଉଛି ବୋଲି ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ନର୍ଲାରେ ରବିବାର ଓ ଗୁରୁବାର ଦିନ ସାପ୍ତାହିକ ହାଟ ବସୁଥିବା ବେଳେ ରୁପ୍ରାରୋଡରେ ବୁଧବାର,ବାଳିପଡା ଠାରେ ସୋମବାର,ରୁପ୍ରା ଠାରେ ମଙ୍ଗଳବାର, ଶୁକ୍ରବାର ଦିନ ଲାଖପଦର ଓ ଶନିବାର ଦିନ ବୁଢିପଦର ଭାଲୁ ଡୁଙ୍ଗୁରି ଠାରେ ପରିବା ହାଟ ବସିଥାଏ। ଏହି ସବୁ ହାଟରେ ଦରଦାମ୍ ନିୟନ୍ତ୍ରଣ ଉପରେ କୌଣସି ଅଙ୍କୁଶ ଲାଗି ପାରୁ ନାହିଁ ଫଳରେ ସାଧାରଣ ଲୋକଙ୍କ ହସ୍ତତନ୍ତ ବଢ଼ି ଚାଲିଛି। ସୂଚନା ଅନୁଯାୟୀ ହାଟ ଗୁଡ଼ିକରେ ପିଆଜ କିଲୋ ୪୦ ଟଙ୍କା,ଆଳୁ କିଲୋ ୨୦ ରୁ ୩୦, ଟମାଟୋ ୫୦, ଫୁଲ କୋବି ୧୨୦, ବିନସ ୧୦୦, ବନ୍ଧାକୋବି ୫୦, ବାଇଗଣ ୬୦, କଲରା ୮୦, ଭେଣ୍ଡି ୪୦, କଞ୍ଚା ଲଙ୍କା ୧୦୦, ପୋଟଳ ୧୦୦,କାଙ୍କଡ ୧୨୦, କଦଳୀ ୬୦ ଟଙ୍କା ଦରରେ କିଲୋ ଗ୍ରାମ ପିଛା ବିକ୍ରି ହେଉଥିବାବେଳେ ଗରିବ ଖଟିଖିଆ ମାନଙ୍କୁ କାଳ ସାଜିଛି। ଗତ କିଛିଦିନ ତଳେ ପରିବା ଦର ନିୟନ୍ତ୍ରଣରେ ରହିଥିଲା କିନ୍ତୁ ଶ୍ରାବଣ ମାସ ଆସିଲା ପରେ ଏହା ଦ୍ଵିଗୁଣିତ ହୋଇଛି। ପ୍ରଶାସନିକ ସ୍ତରରେ ଏହାର କୈାଣସି ଲଗାମ ନ ଥିବା ଯୋଗୁଁ ମନମାନିରେ ପରିବା ବ୍ୟବସାୟ ଚାଲୁଥିବା ଜଣା ପଡିଛି।

What's Your Reaction?

like

dislike

love

funny

angry

sad

wow