ଆଜିଠୁ ୭ ତାରିଖ ଯାଏଁ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ସତର୍କତା ଜାରି,

Aug 2, 2026 - 11:14
 0  14
ଆଜିଠୁ ୭ ତାରିଖ ଯାଏଁ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ସତର୍କତା ଜାରି,

ଆଜିଠୁ ୭ ତାରିଖ ଯାଏଁ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ସତର୍କତା ଜାରି,

ଶୁଭମ ବାର୍ତ୍ତା ବ୍ୟୁରୋ: ଆଜିଠୁ ପୁଣି ବଢ଼ିବ ବର୍ଷା । ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିପାରେ । ଆଜି ଓ କାଲି ଦୁଇ ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଓଡ଼ିଶାର ୯ ଜିଲ୍ଲାକୁ ଛାଡି ବାକି ୨୧ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସହ ପ୍ରବଳ ବଜ୍ରପାତ ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ଝଡ଼ ପବନ ବହିବାର ସମ୍ଭାବନା ରହିଛି ।ଆଜି ଓ କାଲି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୩ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ସତର୍କତା ଜାରି କରାଯାଇଛି । ଅଗଷ୍ଟ ୪ ତାଖରରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

What's Your Reaction?

like

dislike

love

funny

angry

sad

wow