ନର୍ଲା ଥାନାରେ ନୂତନ ଥାନା ଅଧିକାରୀଙ୍କଯୋଗଦାନ,ସ୍ୱାଗତ ଜଣାଇଲେ ପ୍ରେସ ଏଶୋ ସେସନ ନର୍ଲା,
ନର୍ଲା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ,ସ୍ୱାଗତ ଜଣାଇଲେ ପ୍ରେସ ଏଶୋ ସେସନ ନର୍ଲା
ନର୍ଲା ଶୁଭମ ବାର୍ତ୍ତା :-କଳାହାଣ୍ଡି ଜିଲ୍ଲା ନର୍ଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀ କୈବଲ୍ୟ ସେଠି ଯୋଗଦାନ କରିଛନ୍ତି ପୂର୍ବତନ ଥାନା ଅଧିକାରୀ ବିଜୟରାଜ ମାଝୀଙ୍କୁ ଜିଲ୍ଲା ଆରକ୍ଷୀ ମୁଖ୍ୟାଳୟ କୁ ବଦଳି ହେବା ପରେ ଶ୍ରୀ ସେଠୀ ତାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ଶ୍ରୀ ସେଠି ବ୍ରହ୍ମପୁର ଥାନା ଅଧିକାରୀ ଭାବେ ଦାଇତ୍ୱ ତୁଲାଇ ସାରିଛନ୍ତି l
ନର୍ଲା ଥାନା ଅଞ୍ଚଳରେ କିପରି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଲୋକଙ୍କ ସହ ପୋଲିସର ସୁ ସମ୍ପର୍କ ରକ୍ଷା କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପ୍ରାଥମିକତା ହେବ ବୋଲି ଶ୍ରୀ ସେଠି ପ୍ରକାଶ କରିଛନ୍ତି ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ପରେ ନର୍ଲା ଅଞ୍ଚଳରେ ପୁଲିସ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ସ୍ଥାନୀୟ ମହଲରେ ଆଶା ପ୍ରକାଶ ପାଇଛି
What's Your Reaction?