ନୂଆଗାଁ ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ,

Nov 11, 2025 - 19:03
 0  43
ନୂଆଗାଁ ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ,

ନୂଆଗାଁ ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ,

ଗୋଲାମୁଣ୍ଡା ୧୧/୧୧(ଶୁଭମ ବାର୍ତ୍ତା):- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ଅନ୍ତର୍ଗତ ନୂଆଗାଁ ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ର ସଂପାଦକ ଶ୍ରୀଯୁକ୍ତ ପରୀକ୍ଷିତ ଖର୍ସେଲ,ଉପ ସଭାପତି ରେବା କଟା ,କେଗାଁ ଜୋନାଲ ସଭାପତି ଶ୍ରୀଯୁକ୍ତ ଦିନରାମ କେତକୀ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ ପ୍ରମୁଖ ଉପସ୍ଥିତି ରେ ସମାଜ ସଂକ୍ରାନ୍ତିୟ ଆଲୋଚନା ସହିତ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ସର୍ବସମ୍ମତିକ୍ରମେ ସଭାପତି ଭାବରେ ଶ୍ରୀଯୁକ୍ତ ଚନ୍ଦ୍ରଧ୍ବଜ ଚନ୍ଦନ, ଉପସଭାପତି ଧ୍ୱଜ ନାଗ,ସଂପାଦକ ବିପିନ ହଂସ ,ଯୁଗ୍ମ ସଂପାଦକ କୁମୁଦ ବାଗ, କୋଷାଧ୍ୟକ୍ଷ କୁରୁକ୍ଷେତ୍ର ବନ୍ଦିଛୋଡ ଚୟନ ହୋଇଥିଲା ।

 ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow