ବିଜେପି ନେତା ବିକି ବିକାଶ ଦତ୍ତା ଙ୍କ ପିତୃ ବିୟୋଗ
ବିଜେପି ନେତା ବିକି ବିକାଶ ଦତ୍ତା ଙ୍କ ପିତୃ ବିୟୋଗ
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରୂପ୍ରା ରୋଡ ରେ ବାସ କରୁଥିବା କଳାହାଣ୍ଡି ବିଜେପି ର ଗଣମାଧ୍ୟମ ଜିଲ୍ଲା ସଂଯୋଜକ ତଥା ଯୁବ ନେତା ବିକି ବିକାଶ ଦତ୍ତା ଙ୍କ ବାପା ଶ୍ରୀଯୁକ୍ତ ଅଶ୍ୱିନ କୁମାର୍ ଦତ୍ତା ଙ୍କ ୬୫ ବର୍ଷ ବୟସରେ ଦେହାନ୍ତ ଘଟିଛି। ଶ୍ରୀଯୁକ୍ତ ଦତ୍ତା ଙ୍କ ବାପା ସ୍ବର୍ଗତ ବାବୁଲାଲ୍ ଦତ୍ତା ରୁପ୍ରା ରୋଡ ର ଏକ ଜଣା ଶୁଣା ଡାକ୍ତର ଥିଲେ । ପରିବାର ର ସମସ୍ତଙ୍କର ଔଷଧ ସହିତ ରୋଗ ଉପରେ ଜ୍ଞାନ ଥାଇ ମଧ୍ୟ ପରିବାର ର ଏକ ସଦସ୍ୟ ଙ୍କୁ କମ୍ ବୟସ ରେ ହରାଇ ଥିବାରୁ ପରିବାର ର ସମସ୍ତେ ମର୍ମାହତ। ଶ୍ରୀଯୁକ୍ତ ଦତ୍ତା ଅନେକ ପରିଶ୍ରମୀ ଥିଲେ କେବେ ମଧ୍ୟ ମେଡିକାଲ କୁ ଯାଇ ନ ଥିଲେ, ପ୍ରଥମ ଥର ପାଇଁ ତାଙ୍କ ପେଟ ଦରଦ ହେଲା, ପ୍ରାଥମିକ ଚିକିତ୍ସା ପରେ ଜଣା ପଡ଼ିଲା ତାଙ୍କୁ ଯକୃତ ଜନିତ ରୋଗ ଅଛି ସେଥିପାଇଁ ନିଜ ପୁଅ ଓ ପୁତୁରା ନିକୁଞ୍ଜ କୁମାର୍ ଦତ୍ତା ଙ୍କ ସହିତ ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲ କୁ ଯାଇ ଥିଲେ, ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ରେ ବିଭିନ୍ନ ରାଜନୈତିକ ଦଳର ନେତା ,କର୍ମୀ, ସମସ୍ତ ସାମ୍ବାଦିକ ଓ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମା ର ସଦ୍ଗତି କାମନା କରିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?