ଚହକା ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ
ଚହକା ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ,
ଗୋଲାମୁଣ୍ଡା ୧୪/୧୧(ଶୁଭମ ବାର୍ତ୍ତା)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ଅନ୍ତର୍ଗତ ଚହକା ଆଞ୍ଚଳିକ ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ ଚହାକା ଠାରେ ଅନୁଷ୍ଠିତ ହୋଇଥିଲା । ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ର ଉପ ସଭାପତି ରେବା କଟା , ଯୁଗ୍ମ ସଂପାଦକ ସଦାଶିବ ବେମାଲ,କେଗାଁ ଜୋନାଲ ସଭାପତି ଶ୍ରୀଯୁକ୍ତ ଦିନରାମ କେତକୀ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ ପ୍ରମୁଖ ଉପସ୍ଥିତି ରେ ସମାଜ ସଂକ୍ରାନ୍ତିୟ ଆଲୋଚନା ସହିତ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ସର୍ବସମ୍ମତିକ୍ରମେ ସଭାପତି ଭାବରେ ଶ୍ରୀଯୁକ୍ତ ରାମଚନ୍ଦ୍ର ଛତ୍ରିଆ, ଉପ ସଭାପତି କ୍ଷେତ୍ର ପୁଞ୍ଜି,ସଂପାଦକ ଦେବାର୍ଚନ ଚଣ୍ଡୀ,ଯୁଗ୍ମ ସଂପାଦକ ନରିନ ପୁଞ୍ଜି, କୋଷାଧ୍ୟକ୍ଷ ଧନିଷ୍ଟ ନାଗ, ମହିଳା ସଭାନେତ୍ରୀ ବନିତା ପୁଞ୍ଜି, ମହିଳା ସଂପାଦିକା ହେମ ଜାଳ ଚୟନ ହୋଇଥିଲା ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?