ମୁଣ୍ଡା ସମାଜ ପକ୍ଷରୁ ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ,

Nov 15, 2025 - 20:41
 0  33
ମୁଣ୍ଡା ସମାଜ ପକ୍ଷରୁ  ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ,

ମୁଣ୍ଡା ସମାଜ ପକ୍ଷରୁ ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ 

ଶୁଭମ ବାର୍ତ୍ତା :- ଦୀର୍ଘ ଦଶନ୍ଧି ଧରି ଜନଜାତି ସମାଜ ଆମ ଦେଶକୁ ସାହାସ, ବଳିଦାନ୍, ଓ ଅଟଳ ଆସ୍ଥା ଦେଇ ଆସୁଛନ୍ତି, କିନ୍ତୁ ଏହି ମହାନ୍ ଯୋଦ୍ଧା ମାନେ ନିଜର ସବୁକିଛି ବଳିଦାନ୍ କରି ମଧ୍ୟ ଇତିହାସ ପୃଷ୍ଟାରୁ ହଜି ଯାଇଥିଲେ ,ମୋଦୀ ସରକାର୍ ଇତିହାସ୍ କୁ ତାର ନିଜସ୍ବ ଗୌରବ ଫେରାଇ ଦେବା ପାଇଁ ପ୍ରତିବର୍ଷ ନଭେମ୍ବର ମାସ ର ୧୫ ତାରିଖ ବିର୍ଶାମୁଣ୍ଡା ଙ୍କ ଜନ୍ମ ଦିବସ କୁ ଜାତୀୟ ଜନଜାତି ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ସେଥିପାଇଁ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାଣୀପଟା ଠାରେ କ୍ରାନ୍ତିବୀର ବିର୍ସାମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ଜାତୀୟ ଜନଜାତି ଦିବସ ପାଳନ କରାଯାଇଛି। ସଭାପତି ଫକୀର ମୁଣ୍ଡା ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମେ ଗ୍ରାମର ଧରଣୀ ପୀଠ ରେ ପୂଜାର୍ଚ୍ଚନା କରି ଶହଶହ ମହିଳା ଓ ପୁରୁଷ ମଶାଲ ଶୋଭାଯାତ୍ରା ରେ ବାହାରି ସଭାମଞ୍ଚକୁ ପହଞ୍ଚି ଥିଲେ। ସେଠାରେ ବିର୍ସାମୁଣ୍ଡା ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥିଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,ବ୍ଲକ ଆଦିବାସୀ ସମାଜର ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ସହ ଗାଡେବନ୍ଧ ସରପଞ୍ଚ କବିତା ବାଗ, ଘଣ୍ଟମାଲ୍ ସରପଞ୍ଚ ଦେବେନ୍ଦ୍ର ସା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ନର୍ଲା ଅଞ୍ଚଳ ର ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରିଥିବା ବେଳେ ମୁଣ୍ଡା ସମାଜ ର କୃତି ପ୍ରତିଭା ମାନଙ୍କ ସହିତ ଶିକ୍ଷକ କ୍ଷୀତିଶ ଚନ୍ଦ୍ର ମାଝୀ ଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ମୁଣ୍ଡା ସମାଜ ତରଫରୁ ସମ୍ପାଦକ କବିରାଜ ମୁଣ୍ଡା, ସହ ସମ୍ପାଦକ ଅଶ୍ୱିନୀ ମୁଣ୍ଡା , ଶବର ସମାଜ ଗବେଷକ ଚନ୍ଦ୍ରଶେଖର ଶବର, କନ୍ଧମାଳ ଜିଲ୍ଲାର ମୁଣ୍ଡା ସମାଜର ସଭାପତି ବିପ୍ର ମୁଣ୍ଡା, ତ୍ରିନାଥ ମୁଣ୍ଡା, ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ରୁ ମଧ୍ୟ ମୁଣ୍ଡା ସମାଜ ର ଅନେକ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow