ଆତ୍ମଶକ୍ତି ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟ ତୁଣ୍ଡଳା ଠାରେ ବିକଶିତ ଦ୍ଭାରତର ଚିତ୍ରାଙ୍କନ ଓ ଗ୍ରାମୀଣ ଉଦ୍ୟଗର ଚିନ୍ତାଧାରା ବିଷୟରେ ପ୍ରବନ୍ଧ ଲିଖନ,

Dec 2, 2025 - 12:53
Dec 2, 2025 - 19:39
 0  26
ଆତ୍ମଶକ୍ତି ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ  ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟ ତୁଣ୍ଡଳା ଠାରେ ବିକଶିତ ଦ୍ଭାରତର ଚିତ୍ରାଙ୍କନ ଓ ଗ୍ରାମୀଣ ଉଦ୍ୟଗର ଚିନ୍ତାଧାରା ବିଷୟରେ ପ୍ରବନ୍ଧ ଲିଖନ,

କଲାହାଣ୍ଡିର ଆତ୍ମଶକ୍ତି ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟ ତୁଣ୍ଡଳା ଠାରେ ବିକଶିତ ଦ୍ଭାରତର ଚିତ୍ରାଙ୍କନ ଓ ଗ୍ରାମୀଣ ଉଦ୍ୟଗର ଚିନ୍ତାଧାରା ବିଷୟରେ ପ୍ରବନ୍ଧ ଲିଖନ,

 ଶୁଭମ ବାର୍ତ୍ତା (ତପନ କୁମାର ସାହୁ) ଆତ୍ମଶକ୍ତି ଟ୍ରଷ୍ଟ.ମହିଳା ଶ୍ରମଜୀବି ମଞ୍ଚ ଓଡ଼ିଶା,ଓଡ଼ିଶା ଶ୍ରମଜୀବି ମଞ୍ଚ ଓ ନାଗରିକ ବିକାଶ ସଂଗଠନ,କଲାହାଣ୍ଡି ଜିଲ୍ଲା ତରଫରୁ ଆଞ୍ଚଳିକ ମାଧ୍ୟମିକ ବିଦ୍ୟାଳୟ ତୁଣ୍ଡଳା ଠାରେ ବିକଶିତଦ୍ଭାରତର ଚିତ୍ରାଙ୍କନ ଓ ଗ୍ରାମୀଣ ଉଦ୍ୟୋଗର ଚିନ୍ତାଧାରା ବିଷୟକୁ ନେଇ ପ୍ରବନ୍ଧ ଲିଖନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଉକ୍ତ କାର୍ଯ୍ୟକ୍ରମରେ ତୁଣ୍ଡଳା କଲେଜର ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମଟି ଓଡ଼ିଶାର ୧୭ଗୋଟି ଜିଲ୍ଳାର ବିଭିନ୍ନ କଲେଜରେ ଚାଳୁଅଛି । ସେଥି ମଧ୍ଯରୁ କଲାହାଣ୍ଡି ଜିଲ୍ଲାର ୬ଗୋଟି କଲେଜରେ ଆୟୋଜନ କରାଯାଇଅଛି ।ଏହି କାର୍ଯ୍ୟ କ୍ରମକୁ କେସିଙ୍ଗା ବ୍ଲକର ତୁଣ୍ଡଳା କଲେଜର ପ୍ରିନସିପାଲ ଶ୍ରୀଯୁକ୍ତ ରମାଇ ଚରଣ ସିଂ ଓ ଅଧ୍ୟାପକ ଗଣନାଥ ବୁଡ଼େକ ଙ୍କ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ନର୍ଲା ବ୍ଳକ ସଂଯୋଜକ ବାବୁଳାଳ ତାଣ୍ଡି ପରିଚାଳନା କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଦ୍ଭାରତର ୪ଗୋଟି ସ୍ତମ୍ଭ ଯଥା ଶିକ୍ଷିତ ଯୁବପିଢିର ଚାକିରି କୃଷିକ୍ଷେତ୍ରରେ ଉନ୍ନତି,ମହିଳା ସଶକ୍ତିକରଣ,ଗରିବ ଶ୍ରେଣୀର ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ହୋଇଥିବା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଦ୍ଭାବରେ ବୁଝାଇ ୨୦୪୭ ସୁଦ୍ଧା ଦ୍ଭାରତର କେଉଁ କେଉଁ କ୍ଷେତ୍ରରେ ଉନ୍ନତି ହେବା କଥା ସେ ବିଷୟରେ ଚିତ୍ର ଆଙ୍କିବା ପାଇଁ କହିଥିଲେ ଏବଂ ଗ୍ରାମୀଣ ଉଦ୍ୟୋଗର ବିକାଶ ହୋଇପାରିବ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ।ଉକ୍ତ କାର୍ଯ୍ୟକ୍ରମଟିକୁ ନର୍ଲା ବ୍ଲକର ଜନସାଥି ସନ୍ତୋଷ ବାରିକ, କେସିଙ୍ଗା ବ୍ଲକର ଜନସାଥି ସୀମନ୍ତିନି ବାରିକ,ଅନିଲ ନାଗ, ଅହଲ୍ୟା ସାହୁ, ଓ ପୂଲ ଅଫ ଟ୍ରେନର କ୍ଷେତ୍ର ଗହୀର, ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow