ମାଣ୍ଡେଲ ଗ୍ରାମରେ ଜଗନ୍ନାଥ ମନ୍ଦିର କୁମ୍ଭ ଭରା ଓ ପବିତ୍ର ମୁଣ୍ଡି ମରା କାର୍ଯ୍ୟ ସମାପନ

Nov 30, 2025 - 19:27
 0  56
ମାଣ୍ଡେଲ ଗ୍ରାମରେ ଜଗନ୍ନାଥ ମନ୍ଦିର କୁମ୍ଭ ଭରା ଓ ପବିତ୍ର ମୁଣ୍ଡି ମରା କାର୍ଯ୍ୟ ସମାପନ

ମାଣ୍ଡେଲ ଗ୍ରାମରେ ଜଗନ୍ନାଥ ମନ୍ଦିର କୁମ୍ଭ ଭରା ଓ ପବିତ୍ର ମୁଣ୍ଡି ମରା କାର୍ଯ୍ୟ ସମାପନ,

ନର୍ଲା ୩୦/୧୧/ (ଶୁଭମ ବାର୍ତ୍ତା)ତପନ କୁମାର ସାହୁ :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ମୁଣ୍ଡିମରା ଓ କୁମ୍ଭ ଭରା ଉତ୍ସବ ମହାଡମ୍ବରେ ଅନୁଷ୍ଠିତ ହୋଇଯାଇଛି ଏହି ପବିତ୍ର କାର୍ଯ୍ୟ ରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମେତ ମାଣ୍ଡେଲ ପୂଜିପଦର ତଥା ନର୍ଲା ଅଂଚଳ ର ସହ ସହ ସଂଖ୍ୟା ରେ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁ ଙ୍କ ଆଶୀର୍ବାଦ କାମନା କରିଥିଲେ ଏହି ଭବ୍ୟ କାର୍ଯ୍ୟ ରେ ପଣ୍ଡିତ ବାଳମକୁନ୍ଦ ବଡ଼ପଣ୍ଡା ଓ ପୂଜକ ଲାଲୁ ବଡ଼ପଣ୍ଡା ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମନ୍ଦିର ନିର୍ମାଣ ବିଶ୍ୱକର୍ମା ଶ୍ରୀ ସନ୍ତୋଷ ସାହୁ ମଧ୍ୟ ଉପସ୍ଥିତ ଥିଲେ ଏବଂ କର୍ତା ଭଳି ପବିତ୍ର ଦାଇତ୍ୱ ରେ ମନୋଜ ନାଏକ ଓ ତାଙ୍କ ସାଧର୍ମିଣୀ ସୁଦେସ୍ନା ନାଏକ କର୍ତଵ୍ୟ ନିର୍ବାହ କରିଥିଲେ ଏହି ଧାର୍ମିକ କାର୍ଯ୍ୟ ରେ ମାଣ୍ଡେଲ ପୂଜିପଦର ତଥା ଅଂଚଳ ସମସ୍ତ ସହଯୋଗୀ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ମାନଙ୍କୁ ମାଣ୍ଡେଲ ଗ୍ରାମର ଦିଲୀପ ନାଏକ କୃତଜ୍ଞତା ଜଣାଇଛନ୍ତି

What's Your Reaction?

like

dislike

love

funny

angry

sad

wow