ଲେତେର ଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ପୂଜାନୋତ୍ସବ ଅନୁଷ୍ଠିତ

Mar 2, 2026 - 06:43
 0  47
ଲେତେର ଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ପୂଜାନୋତ୍ସବ ଅନୁଷ୍ଠିତ

ଲେତେର ଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ପୂଜାନୋତ୍ସବ ଅନୁଷ୍ଠିତ 

ଗୋଲାମୁଣ୍ଡା, ୦୧। ୦୩(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି ):ଗୋଲାମୁଣ୍ଡା ବ୍ଲକ ଲେତେର ଠାରେ ରାଧାକୃଷ୍ଣ ପୂଜାନୋତ୍ସବ ଆଜି ରବିବାର ଠାରୁ ମଙ୍ଗଳ ବାର ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଗତକାଲି ଶନିବାର ଦିନ କଳସ ଯାତ୍ରା ଧୂମଧାମରେ ପାଳିତ ହୋବା ସହ ରାତ୍ରି ସମୟରେ ଦୀପଯଜ୍ଞ ଅନୁଷ୍ଠିତ ହୋଇଥିଲା। ଉକ୍ତ ପୂଜାନୋତ୍ସବ କଳସ ଯାତ୍ରାରେ ଲେତେର ଗ୍ରାମର ସମସ୍ତମାଁ ଭଉଣୀ ବହୁ ସଂଖ୍ୟାରେ ଉପସ୍ଥିତି ରହି ଉଦନ୍ତି ନଦୀରୁ ପୂର୍ଣ୍ଣ ଜଳ କୁମ୍ଭ ଧରି ପୂଜା ମଣ୍ଡପ ପର୍ଯ୍ୟନ୍ତ ଲମ୍ବା ଧାଡି ଲାଗି ରହିଥିଲା । ଏହି କଳସ ଯାତ୍ରାରେ ସଂକୀର୍ତନ ଦଳ, ଘଣ୍ଟଦଳ ଶବ୍ଦରେ ଗଦାଣ୍ଡ ଫାଟି ପଡୁଥିଲା । ରବିବାର, ସୋମବାର ଓ ମଙ୍ଗଳ ବାର ତିନିଦିନ ଧରି ଶ୍ରୀ ରାଧାକୃଷ୍ଣ ପୂଜାନୋତ୍ସବ ଅନୁଷ୍ଠିତ ହେବାକୁ ଥିବା ରାତ୍ରି ସମୟରେ ତିନିଦିନ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ କମିଟି ଧର୍ଯ୍ୟ କରିଛି । ଏହି ପୂଜାନୋତ୍ସବରେ ଲେତେର ଗ୍ରାମର ସମସ୍ତ ଜନ ସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow