ମହାଭାରତ ମହାପରାୟଣ ମହା ଯଜ୍ଞ ପାଇଁ ଭୁମିପୂଜନ ଓ ଶୁଭଖମ୍ବ ସ୍ଥାପନ ।

Mar 2, 2026 - 06:46
 0  57
ମହାଭାରତ ମହାପରାୟଣ ମହା ଯଜ୍ଞ ପାଇଁ  ଭୁମିପୂଜନ ଓ ଶୁଭଖମ୍ବ ସ୍ଥାପନ ।

ମହାଭାରତ ମହାପରାୟଣ ମହା ଯଜ୍ଞ ପାଇଁ ଭୁମିପୂଜନ ଓ ଶୁଭଖମ୍ବ ସ୍ଥାପନ ।

ଗୋଲାମୁଣ୍ଡା ୦୧/୦୩(ଶୁଭମ ବାର୍ତ୍ତା_ଉପେନ୍ଦ୍ର ବଗର୍ଭି )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ତରଫରୁ ଆୟୋଜିତ ମହାଭାରତ ମହାପରାୟଣ ମହା ଯଜ୍ଞ ର ଭୁମି ପୂଜନ ଓ ଶୁଭଖମ୍ବ ସ୍ଥାପନ ଆଜି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ପରିପ୍ରେକ୍ଷୀରେ ସକାଳ ୯:୦୦ ସମୟରେ ପୂଜାପାଠ ସହିତ ଶୁଭ ଖମ୍ବ ପାଇଁ ଗଛ କଟା ଯାଇ ମହାଭାରତ ପଡ଼ିଆ କୁ ଖୋଲ,ତାଲ ,ଘଣ୍ଟ, ଶଙ୍ଖ ସହିତ ଶତାଧିକ ଶ୍ରଦ୍ଧାଳୁମାନେ ଯାଇ ଅଣା ଯାଇଥିଲା ।ପରେ ବ୍ରାହ୍ମଣମାନେ ମନ୍ତ୍ର ବେଦପାଠ କରି ଶୁଭ ଖମ୍ବ ସ୍ଥାପନ ଓ ଭୁମି ପୂଜନ କରିଥିଲେ । କର୍ତ୍ତା ଭାବରେ ଶ୍ରୀଯୁକ୍ତ ସୁବାଷ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ମଦନା ବଗର୍ତ୍ତୀ ତୁଲାଇଥିବା ବେଳେ ଶ୍ରୀଯୁକ୍ତ ଗୌତମ ଯୋଶୀ ଙ୍କ ଟିମ୍ ପୂଜାପାଠ କରିଥିଲେ ।ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ର ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି, ସଂପାଦକ ପରିକ୍ଷିତ ଖର୍ସେଲ,ଉପ ସଭାପତି ରେବା କଟା,ଯୁଗ୍ମ ସଂପାଦକ ସଦାଶିବ ବେମାଲ, କୋଷାଧ୍ୟକ୍ଷ ଧନେଶ୍ଵର ଚଲାନ, ବିଜେପି ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ପୂର୍ବତନ ବ୍ଳକ ସଭାପତି ଶୋଭାବନ ଭାଟି,ଯୁବ ଯାଦବ ତଥ ସାମ୍ବାଦିକ ବ୍ରହ୍ମା ପ୍ରସାଦ କାଣ୍ଡ, ସମାଜସେବୀ ସାଧୁ ବଗର୍ତ୍ତୀ,ଯୋଗି ବଗର୍ତ୍ତୀ ଓ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଅଞ୍ଚଳ ସଭାପତି ଓ ସଂପାଦକ ସହିତ ଡୁଡୁକେଲ ଗ୍ରାମ ର ଅନେକ ଯାଦବ ଉପସ୍ଥିତ ରହି ଭୁମିପୂଜନ ଓ ଶୁଭଖମ୍ବ ସ୍ଥାପନ କାର୍ଯ୍ୟ କର୍ମ ସମାପନ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow