ନର୍ଲା ରେ ଫୁଟିଲା ଦୁର୍ଲଭ ବ୍ରହ୍ମ କମଳ ଫୁଲ,

May 24, 2025 - 04:43
 0  223
ନର୍ଲା ରେ ଫୁଟିଲା ଦୁର୍ଲଭ ବ୍ରହ୍ମ କମଳ ଫୁଲ,

ନର୍ଲା ରେ ଫୁଟିଲା ଦୁର୍ଲଭ ବ୍ରହ୍ମ କମଳ ଫୁଲ,

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ର ଚାରି ଛକ ରେ ଥିବା ସୁଶାନ୍ତ କୁମାର ସାହୁ ଙ୍କ ଘରେ ଫୁଟିଛି ବ୍ରହ୍ମ କମଳ ଫୁଲ। ବିଶେଷ କରି ଉତ୍ତରାଖଣ୍ଡ ର କେଦାରନାଥ ପିଣ୍ଡାରି ଘାଟି ରେ ଏହି ଫୁଲ ଫୁଟି ଥାଏ। ବେଦ ଓ ପୂରାଣ ରେ ମଧ୍ୟ ଏହି ଫୁଲ ବିଷୟରେ ବର୍ଣ୍ଣିତ ଅଛି। ତ୍ରେତୟା ଯୁଗ ରୁ ବିଭୀଷଣ ଆଜି ଯାଏଁ କେଦାରନାଥ ଙ୍କୁ ବ୍ରହ୍ମ କମଳ ଫୁଲ ଅର୍ପଣ କରୁଥିବା ବିଭିନ୍ନ ରାଷ୍ଟ୍ରୀୟ ଗଣମାଧ୍ୟମ ରେ ପ୍ରସାରିତ ହୋଇଛି। ମହାଭାରତ ର ବନ ପର୍ବ ରେ ଏହି ଫୁଲ କୁ ସୌଗନ୍ଧ ପୁଷ୍ପ ବୋଲି ବର୍ଣ୍ଣନା କରାଯାଇଛି।ପ୍ରତିଦିନ କେଦାରନାଥ ମନ୍ଦିର ରେ ଥିବା ମହାଦେବ ଙ୍କୁ ଏହି ଫୁଲ ଅର୍ପଣ କଲାପରେ ବିଶେଷ ପ୍ରସାଦ ଭାବରେ ଭକ୍ର ଙ୍କୁ ବଣ୍ଟା ଯାଇଥାଏ।ଆଜି କାଲି ଆମ ଦେଶ ର ବିଭିନ୍ନ ସ୍ଥାନରେ ଏହି ଫୁଲ ଫୁଟୁ ଥିବା ନଜର କୁ ଆସୁଥିବା ଥିବା ବେଳେ କିଛି ବର୍ଷ ହେଲା ନର୍ଲା ଅଞ୍ଚଳ ରେ ମଧ୍ୟ ଏହି ଫୁଲ ଫୁଟୁ ଥିବା ନଜର କୁ ଆସିଛି। ରାଜ୍ୟ ସରକାର ଙ୍କ ଉଦ୍ୟାନ ବିଭାଗ ରେ ଏହି ଫୁଲ ର ଚାରା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହି ଫୁଲ ଯାହା ଘରେ ଫୁଟିଛି ତାଙ୍କୁ ମହାଦେବ ଙ୍କ କୃପା ରହିଛି ବୋଲି ବିଶ୍ୱାସ ରହିଛି, ଆଜି ଏକାଦଶୀ, ଆଜି ସନ୍ଧ୍ୟା ଆଠ ଟା ରେ ଫୁଟିଥିବା ଫୁଲକୁ ଆସନ୍ତାକାଲି ଶ୍ରୀଯୁକ୍ତ ସାହୁ ଓ ତାଙ୍କ ସହଧର୍ମିଣୀ ସହ ସପରିବାର ଚରିଛକ ରେ ଥିବା ଜଗନ୍ନାଥ ମନ୍ଦିରର ରେ ଭଗବାନ୍ଜଗନ୍ନାଥ ଙ୍କୁ ଅର୍ପଣ କରିବେ ବୋଲି ସୂଚନା ମିଳିଛି।

    ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow