ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ,
ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ
ଗୋଲାମୁଣ୍ଡା20/8(ଶୁଭମ ବାର୍ତ୍ତା) ଗୋଲାମୁଣ୍ଡା ବ୍ଲକ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପଛପଟ ନାଏକ ପଡ଼ା ଦେଇ ଫୋର୍ ୱେ କୁ ସଂଯୋଗ କରୁଥିବା ରାସ୍ତାର ଡାହାଣ ପାର୍ଶ୍ଵରେ ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥା ରେ ରହିଛି । କେତେ ବେଳେ ଯେ କାହା ଉପରେ ପଡ଼ି ଜୀବନ ନେଇ ଯିବ କିଏ କହି ପାରିବ ନାହିଁ । ଏହି ରାସ୍ତା ଦେଇ ଦୈନିକ ଶତାଧିକ ଛାତ୍ର ,ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯାତାୟାତ କରନ୍ତି । ସମ୍ରତବସା , ଢେକନ୍ନା ପଡ଼ା ଗାଁ କୁ ମଧ୍ୟ ଅନେକ ଲୋକ ଯାତାୟାତ କରିଥାନ୍ତି ।ଏନେଇ ନାଏକ ପଡ଼ା ପକ୍ଷରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଦ୍ବାରସ୍ଥ ଅନେକ ଥର ହୋଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ନଥିବା ଦୁର୍ଗେ ରଣା,ବିଶ୍ଵ ନାଏକ, ଧନସିଂହ ନାଏକ,ସୋନୁ ରଣା,ଦିଲୀପ ରଣା,ଶ୍ୟାମ ସୁନ୍ଦର ନାଏକ,ଅଶୋକ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ ମୁଁ ଗୋଲାମୁଣ୍ଡା କୁ ନୂଆ କରି ଆସିଛି ଏବଂ ମୁ ଏହି ବିଷୟ ରେ ଅଜ୍ଞାତ, କାଲିକୁ ଷ୍ଟାଫ୍ ପଠାଇ ତଦନ୍ତ କରାଇବି ବୋଲି କହିଥିଲେ ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?