ଫରଙ୍ଗ ଧାନମଣ୍ଡିରେ ମିତ ଉତ୍ସବ ଅନୁଷ୍ଠିତ।

Aug 21, 2025 - 06:02
 0  30
ଫରଙ୍ଗ ଧାନମଣ୍ଡିରେ ମିତ ଉତ୍ସବ ଅନୁଷ୍ଠିତ।

ଫରଙ୍ଗ ଧାନମଣ୍ଡିରେ ମିତ ଉତ୍ସବ ଅନୁଷ୍ଠିତ।

ଶୁଭମ ବାର୍ତ୍ତା :- ଗୋଲାମୁଣ୍ଡା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧବଳେଶ୍ଵର ପୀଠ ଚୁରା ପାହାଡ ନିକଟସ୍ତ ଫରଙ୍ଗ ଧାନ ମଣ୍ଡି ଠାରେ ଭିଏଲଇ ୟୁନିଅନ ଓଡ଼ିଶା କଳାହାଣ୍ଡି ଶାଖା ତରଫରୁ ହେଉଥିବା ମିତ ଉତ୍ସବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ଅଗଣିତ ଭିଏଲ୍ଇ ଭାଇ ଭଉଣୀ ମାନଙ୍କର ପ୍ରଥମ ଜିଲ୍ଲା ସ୍ତରୀୟ ମିତ ଉତ୍ସବରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଜନସାଧାରଣ ମିତ ପାଇଁ ଗଛଟିଏ ଲଗାଇବାର ମୁଖ୍ୟ ଲକ୍ଷ୍ୟ ଥିବା ବେଳେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଣ୍ୟ ଉତ୍କଳ ଫାଉଣ୍ଡେସନ ତଥା ମୁଖ୍ୟ ପରାମର୍ଶ ଦାତା ମନୋରଞ୍ଜନ ମହାପାତ୍ର ଯୋଗ ଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଡ. ଲିପିକା ଦାସ, ଆୟୁର୍ବେଦିକ ଚିକିତ୍ସକ ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଫରଙ୍ଗ ସରପଞ୍ଚ ଶ୍ରୀମତୀ ହୀରାବତୀ ଭୋଇ, ସଙ୍ଘର ରାଜ୍ୟ ସଭାପତି ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ପାଦକ ମନରଞ୍ଜନ ଦାସ, ବନ ବିଭାଗ ପକ୍ଷରୁ ବନରକ୍ଷୀ ଭିଭୂତି ବାଗ, ଶ୍ରୀମତୀ ସୁନୀତା ପୁଟେଲ ପ୍ରମୂଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଆଦିତ୍ୱ କୁମାର ମୁଣ୍ଡ ମଞ୍ଚ ପରିଚାଳନା କରିଥିବେ ବେଳେ ଭିଏଲଇ ୟୁନିଅନର ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

   ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow