ମା କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ,
ମାଁ କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ,
ଶୁଭମ ବାର୍ତ୍ତା :-ମା କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ ଏ ଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବଡ଼ଧାର୍ ପୁର୍ ପଞ୍ଚାୟତ ର ସାନ୍ ଧାର୍ ପୁର୍ ଗାଁ ରେ। ସୂଚନା ଅନୁସାରେ ସାନ୍ ଧାର୍ ପୁର୍ ଗାଁ ର ଭୁବନ ବିଶ୍ଵାଳ ନାମକ ୩୦ ବର୍ଷୀୟ ବ୍ୟକ୍ତି କୌଣସି କାରଣରୁ ନିଜ ମାଁ ୫୬ ବର୍ଷୀୟା କଳ୍ପନା ବିଶ୍ଵାଳ ଙ୍କୁ ଘର ଭିତରେ କୋଠରୀ ବନ୍ଦ୍ କରି ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ଜଣାପଡିଛି। ଏହି ଲୋମହର୍ଷକାରୀ ଘଟଣା ଦିନ ଦୁଇଟା ସମୟରେ ଘଟିଥିବା ବେଳେ ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ନର୍ଲା ଓ କେସିଙ୍ଗା ପୋଲିସ୍ ଗାଁ ରେ ପହଞ୍ଚି ଥିଲେ ମଧ୍ୟ ଘର ଭିତର ପଟେ କବାଟ୍ ବନ୍ଦ୍ ଥିବାରୁ ଅଭିଯୁକ୍ତ କୁ କାବୁ କରିବାରେ ଅସଫଳ ଥିଲେ ପରେ ଭବାନୀପାଟଣା ରୁ ରିଜର୍ଭ ପୋଲିସ୍ ଫୋର୍ସ ଆସି ଘର କବାଟ ଭାଙ୍ଗି ଅଭିଯୁକ୍ତ କୁ ଧରି ମୃତ ମହିଳା ଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?