ନର୍ଲା ବ୍ଲକ୍ ପରିସର ରେ ଅନୁଷ୍ଟିତ ହେଲା ନୂତନ ସରକାର୍ ଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟ କ୍ରମ।

Feb 5, 2025 - 14:55
Feb 5, 2025 - 15:06
 0  101
ନର୍ଲା ବ୍ଲକ୍ ପରିସର ରେ ଅନୁଷ୍ଟିତ ହେଲା ନୂତନ ସରକାର୍ ଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟ କ୍ରମ।

 ନର୍ଲା ବ୍ଲକ୍ ପରିସର ରେ ଅନୁଷ୍ଟିତ ହେଲା ନୂତନ ସରକାର୍ ଙ୍କ" ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟ କ୍ରମ"।

ଶୁଭମ ବାର୍ତ୍ତା :- ଦୀର୍ଘ ୨୪ ବର୍ଷ ର ବିଜେଡି ସରକାର୍ ର ପତନ ପରେ କିଛି ମାସ ହେଲା ରାଜ୍ୟରେ ନୂତନ ବିଜେପି ସରକାର୍ ଗଠନ ହୋଇଛି, ଏଥି ମଧ୍ୟରେ ଧାନ ର ସହାୟକ ରାଶି ୮୦୦ ଟଙ୍କାସହିତ କ୍ଵିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଇ କୃଷକ ଙ୍କ ମନ କିଣି ନେଲା ପରେ ଆଜି ଠାରୁ "ବିକଶିତ ଗାଁ ବିକଶିତ ଓଡ଼ିଶା "ନାମ ରେ ଏକ ନୂଆଁ ଯୋଜନା ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର୍।ଉକ୍ତ କାର୍ଯ୍ୟକ୍ରମ କୁ ଖୋର୍ଦ୍ଧା ଠାରେ ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀ ନିଜେ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସହିତ ସମସ୍ତ ବ୍ଲକ୍ କାର୍ଯ୍ୟଳୟ ଗୁଡ଼ିକ ରେ ଭବ୍ୟ ଆୟୋଜନ କରି ଭର୍ଚୁଆଲ ମୋଡ଼ ରେ ଲୋକଙ୍କୁ ଅବଗତ କରାଯାଇ ଥିବା ବେଳେ କଳାହାଣ୍ଡି ଜିଲ୍ଲା ର ନର୍ଲା ବ୍ଲକ୍ ପରିସର ରେ ମଧ୍ୟ ଏକ ଭବ୍ୟ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା। ନର୍ଲା ବ୍ଲକ୍ ପ୍ରଶାସନ ଦ୍ବାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ବିଡ଼ିଓ ବିପିନ୍ ବିହାରୀ ଦୀପ୍,ପରିଚାଳନା କରିଥିବା ବେଳେ ବିଜେପି ନେତା ଅନିରୁଦ୍ଧ ପଧାନ୍ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ର ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ,SSG ଗ୍ରୁପ୍ ର ମହିଳା, ବ୍ଲକ୍ ର ବିଭିନ୍ନ ବିଭାଗ ର ଅଧିକାରୀ, ସ୍ଥାନୀୟ ପୋଲିସ୍,ଓ ସାମ୍ବାଦିକ ବୃନ୍ଦ ଉପସ୍ଥିତ ଥିଲେ।

      ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow