ବିକାଶ ନର୍ସିଂ କଲେଜ ତରଫ ରୁ" ସଶକ୍ତ ନାରୀ ସଶକ୍ତ ଦେଶ " କାର୍ଯ୍ୟକ୍ରମ "

Jul 27, 2025 - 14:04
Jul 27, 2025 - 14:09
 0  63
ବିକାଶ ନର୍ସିଂ କଲେଜ ତରଫ ରୁ" ସଶକ୍ତ ନାରୀ ସଶକ୍ତ ଦେଶ " କାର୍ଯ୍ୟକ୍ରମ "

ବିକାଶ ନର୍ସିଂ କଲେଜ ତରଫ ରୁ" ସଶକ୍ତ ନାରୀ ସଶକ୍ତ ଦେଶ " କାର୍ଯ୍ୟକ୍ରମ "

ଶୁଭମ ବାର୍ତ୍ତା / ନର୍ଲା :- ଯେବେଠୁ ଆମ ଦେଶରେ ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱ ରେ NDA ସରକାର୍ ଗଠନ ହେଲା ସେବେଠାରୁ ମହିଳା ଙ୍କ ଉପରେ ଅଧିକ ଗୁରୁତ୍ବ ଦିଆ ଗଲା, ରାଜନୀତି ରେ ମହିଳା ଙ୍କୁ ଆରକ୍ଷଣ ଦେବା ସହିତ ବିଭିନ୍ନ ଚାକିରି ରେ ସୁଯୋଗ ଦିଆ ଗଲା । ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହେବ ଏହି ନାରା ଚାରିଆଡ଼େ ଗୁଞ୍ଜରିତ ହେଲା , ସେହି ନାରା କୁ ଆଉ ଏକ ପାଦ ଆଗେଇ ନେବାରେ ସହାୟକ ସାଜିଛି କଳାହାଣ୍ଡି ଜିଲ୍ଲାର ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବିକାଶ ନର୍ସିଂ କଲେଜ୍। ଏହି କଲେଜ୍ ର ଛାତ୍ର ଛାତ୍ରୀ ମାନେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁ କୁ ଯାଇ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗ୍ରାମାଞ୍ଚଳ ର ମହିଳା ମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଶିକ୍ଷା,ସ୍ୱାସ୍ଥ୍ୟ ଓ ସମାଜ ର କୁସଂସ୍କାର କୁ ନେଇ ସଚେତନ କରୁଥିବା ବେଳେ ଆଜି ପ୍ରଥମ ପଯ୍ୟାୟ ରେ କଳାହାଣ୍ଡି ଜିଲ୍ଲାର ୧୦ ଗୋଟି ଗ୍ରାମ ପଞ୍ଚାୟତ ରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ସୂଚନା ମିଳିଛି। ଆଜି ନର୍ଲା ବ୍ଲକ୍ ଅନ୍ତର୍ଗତ ବାଗପୁର୍, ପଞ୍ଚାୟତ ର ବାଗପୁର୍ ଗାଁ ସହିତ ଲାଞ୍ଜିଗଡରୋଡ଼, ଶିରୋଲ୍, ସରଗୁଲ୍ ,ମାଲ୍ ପଡା, ବଡ଼କୁଟରୁ, ଫୁପଗାଁ, ତାରାପୁର୍, ଖଅଗାଁ, ଖଲିଆକାନି ପ୍ରଭୁତି ସ୍ଥାନ ରେ ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ଦେଇ ଛନ୍ତି କଲେଜ୍ ର ଅଧ୍ୟାପକ ଓ ଛାତ୍ର ଛାତ୍ରୀ।ବାଗପୁର୍ ଗାଁ ରେ ଅନୁଷ୍ଟିତ ଏହି ସଚେତନ କାର୍ଯ୍ୟକ୍ରମ ରେ ବାଗପୁର୍ ସରପଞ୍ଚ ଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ସଚେତନ ଭିର୍ତିକ ପଥ ପ୍ରାନ୍ତ ନାଟକ ର ମଜା ନେଇ ଥିଲେ।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow