ସେପୁର ଧନୁଯାତ୍ରା ରେ ସମ୍ମାନିତ ହେଲେ ସମାଜ ସେବୀ ଶାନ୍ତି ମାଝୀ।

Jan 1, 2026 - 16:59
Jan 1, 2026 - 19:23
 0  110
ସେପୁର ଧନୁଯାତ୍ରା ରେ ସମ୍ମାନିତ ହେଲେ ସମାଜ ସେବୀ ଶାନ୍ତି ମାଝୀ।

ସେପୁର ଧନୁଯାତ୍ରା ରେ ସମ୍ମାନିତ ହେଲେ ସମାଜ ସେବୀ ଶାନ୍ତି ମାଝୀ।

ଶୁଭମ ବାର୍ତ୍ତା (ଅଜିତ ମାଝୀ) :- କଳାହାଣ୍ଡି ଜିଲ୍ଲା ଭବାନିପାଟଣା ବ୍ଲକ ଅନ୍ତର୍ଗତ ସେପୁର ଗ୍ରାମରେ ୧୩ ତମ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସେପୁର ଅଞ୍ଚଳରେ ମହାରାଜ କଂସଙ୍କ ଦରବାର ରେ ସାତ ଦିନ ଧରି ଧନୁଯାତ୍ରା ହୋଇଥାଏ । ଏହି ମହୋତ୍ସବ ରେ ପଶ୍ଚିମ ଓଡ଼ିଶା ତଥା କଳାହାଣ୍ଡି ଜିଲ୍ଲାର ସୁପରିଚିତ ମହିଳା "ରକ୍ତ କ୍ୱିନ" କଳାହାଣ୍ଡି ଜିଲ୍ଲାର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ୱେଲଫେୟର ଅର୍ଗାନାଇଯେସନ୍, କଳାହାଣ୍ଡି ପରିବାରର ଜିଲ୍ଲା ମହିଳା ସଭାନେତ୍ରୀ, ଆଶା କର୍ମୀ ନର୍ଲା ବ୍ଳକ୍ ଅନ୍ତର୍ଗତ ଉଲିର୍ସିକା ଗ୍ରାମର ଶାନ୍ତି ମାଝୀଙ୍କୁ ମହାରାଜ କଂସ ଙ୍କ ଦରବାରରେ ମହାରାଜ କଂସ ଶ୍ରୀମତୀ ଶାନ୍ତି ମାଝୀ ଙ୍କୁ ତାଙ୍କର ବିଭିନ୍ନ ପ୍ରକାରର ଉଲ୍ଲେଖନୀୟ ସେବା କାର୍ଯ୍ୟ ଯୋଗୁଁ ପୁଷ୍ପଗୁଚ୍ଛ, ଉପଢ଼ୌକନ, ମାନପତ୍ର ପ୍ରଦାନ କରି ସମ୍ମାନିତ କରିବା ସହିତ ମହାରାଜ କଂସ ତାଙ୍କ ଦରବାରରେ ସେବା କାର୍ଯ୍ୟ କୁ ପ୍ରସଂଶା କରିଥିଲେ। ଶ୍ରୀମତୀ ଶାନ୍ତି ମାଝୀ ସବୁବେଳେ ଲୋକଙ୍କ ସୁଖ ଦୁଃଖ ରେ ଭାଗିଦାରୀ ହୋଇଥିବା ପ୍ରୟାସ କୁ ବୃଦ୍ଧିଜୀବି ମହଳରେ ପ୍ରଶଂସା କରିଛନ୍ତି।

What's Your Reaction?

like

dislike

love

funny

angry

sad

wow