ନର୍ଲା ବ୍ଲକ୍‌ ରେ ଅଙ୍ଗନୱାଡ଼ି କର୍ମୀଙ୍କ ଦକ୍ଷତା ବିକାଶ ତାଲିମ ଆରମ୍ଭ,

Jul 21, 2025 - 15:05
 0  9
ନର୍ଲା ବ୍ଲକ୍‌ ରେ ଅଙ୍ଗନୱାଡ଼ି କର୍ମୀଙ୍କ ଦକ୍ଷତା ବିକାଶ ତାଲିମ ଆରମ୍ଭ,

ନର୍ଲା ବ୍ଲକ୍‌ ରେ ଅଙ୍ଗନୱାଡ଼ି କର୍ମୀଙ୍କ ଦକ୍ଷତା ବିକାଶ ତାଲିମ ଆରମ୍ଭ

ନର୍ଲା ଶୁଭମ ବାର୍ତ୍ତା -: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ରେ ଅଙ୍ଗନୱାଡ଼ି କର୍ମୀଙ୍କ ଦକ୍ଷତା ବିକାଶ ତାଲିମ ଆରମ୍ଭ ହୋଇ ଯାଇଛି,ମ୍ୟାନେଜ୍‌ମେଣ୍ଟ୍‌ ଏଣ୍ଡ୍‌ ଆଣ୍ଟ୍ରପ୍ରେନ୍ୟୁରସିପ୍‌ ଏଣ୍ଡ୍‌ ପ୍ରଫେସ୍‌ନାଲ୍‌ ସ୍କିଲ୍‌ କାଉନ୍‌ସିଲ୍‌ (MEPSC) ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସହଯୋଗ ରେ ପରିଚାଳିତ ଏହି ୩୮ ଦିବସୀୟ ତାଲିମ କାର୍ଯ୍ୟକ୍ରମ ନର୍ଲା, ,ଭାନପୁର ଏବଂ ତୁଳାପଡ଼ା ସେକ୍ଟର ଅନ୍ତର୍ଭୁକ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ଆରମ୍ଭ ହୋଇ ଯାଇଛି,ଏହି କାର୍ଯ୍ୟକ୍ରମ କୁ ନର୍ଲା ବ୍ଲକ୍‌ ସିଡିପିଓ ଶ୍ରୀମତୀ ଅଞ୍ଜଳୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ବ୍ଲକ୍‌ ସଂଯୋଜକ କ୍ଷୀରସିନ୍ଧୁ ମହାଲିକ କାର୍ଯ୍ୟକ୍ରମ କୁ ପରିଚାଳନା ସହ ଲକ୍ଷ୍ୟ,ଉଦ୍ଦେଶ୍ଯ ଉପରେ ସୂଚନା ଦେଇଥିଲେ,ସୁପର୍‌ଭାଇଜର୍‌ ଯଶୋବନ୍ତି ନାଏକ,ଗୀତାଞ୍ଜଳୀ ସାହୁ ଏବଂ କୁନ୍ତଳା ନାଗ ମାର୍ଗ ଦର୍ଶନ କରିଥିଲେ,ପ୍ରଥମ ଦିବସରେ ତାଲିମ ଦାତା ଅରୁଣ କୁମାର ପ୍ରଧାନୀ,ଜୟଶଙ୍କର ରାଉତ ତାଲିମ ପ୍ରଦାନ କରିଥିବା ବେଳେ ସୁଶ୍ରୀ ଝରଣା ପ୍ରଧାନୀ ଏବଂ ପିତାମ୍ବର ଗଉଡ଼ ସହଯୋଗ କରିଥିଲେ,

What's Your Reaction?

like

dislike

love

funny

angry

sad

wow