ବେଦାନ୍ତ କମ୍ପାନୀ କୁ ଯାଇଥିବା ପାଣି ପାଇପ୍ ଫାଟି ଗାଁ ରେ ପଶୁଛି ପାଣି, ଅଭିଯୋଗ ପରେ ବି ଶୁଣୁ ନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ,
ବେଦାନ୍ତ କମ୍ପାନୀ କୁ ଯାଇଥିବା ପାଣି ପାଇପ୍ ଫାଟି ଗାଁ ରେ ପଶୁଛି ପାଣି, ଅଭିଯୋଗ ପରେ ବି ଶୁଣୁ ନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ,
ଶୁଭମ ବାର୍ତ୍ତା :- ବେଦାନ୍ତ କମ୍ପାନୀକୁ ଯାଇଥିବା ପାଣି ପାଇପ୍ ଫାଟି ଗାଁ ରେ ପଶୁଛି ପାଣି, ଅଭିଯୋଗ ପରେ ବି ଶୁଣୁ ନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ସର୍ଗୀଗୁଡ଼ା ପଞ୍ଚାୟତ ର ବାଙ୍କେଲ୍ ଗାଁ ରେ ।କଳାହାଣ୍ଡି ଜିଲ୍ଲା ର ଲାଞ୍ଜିଗଡ଼ ଠାରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀ କେସିଙ୍ଗା ର ତେଲ ନଦୀ ରୁ ପାଇପ୍ ଯୋଗେ ପାଣି ନେଇଥାଏ। ସେହି ପାଇପ୍ ବାଙ୍କେଲ୍ ଗାଁ ନିକଟରେ ଫାଟି ଯିବା ଫଳରେ ଗାଁ ରେ ପାଣି ପସି ସାଧାରଣ ଲୋକଙ୍କ ଅନେକ୍ ଅସୁବିଧା ହେଉ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏହି ସମସ୍ୟା ର ସମାଧାନ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଅଭିଯୋଗ କରି ୬ ମାସ ବିତି ଯାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଅଣ ଦେଖା କରୁଥିବା ଅଭିଯୋଗ କରିଛନ୍ତି ବାଙ୍କେଲ୍ ଗ୍ରାମ ବାସୀ। ସେଥି ପାଇଁ ଗଣମାଧ୍ୟମ ଆଗରେ ନିଜର ଅଭିଯୋଗ ରଖିଛନ୍ତି, ଖବର ପ୍ରସାରଣ ପରେ କଣ ପଦକ୍ଷେପ୍ ନେଉଛନ୍ତି ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ ତାହା ଦେଖିବାକୁ ବାକି ରହିଲା।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?